ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ; ଦେହାନ୍ତ ନେଇ ପୁଅ କଳିଙ୍ଗ କେଶରୀ ପରିଡ଼ାଙ୍କ ସୂଚନା

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ ଘଟିଛି । କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଘଟିଛି ପରଲୋକ । ୬୫ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଉତ୍କଳ କେଶରୀ ପରିଡ଼ାଙ୍କ ଦେହାନ୍ତ ହୋଇଛି । ଦେହାନ୍ତ ନେଇ ପୁଅ କଳିଙ୍ଗ କେଶରୀ ପରିଡ଼ାଙ୍କ ସୂଚନା ।

୨୦୧୯ରେ ବିଜେଡିରେ ଯୋଗ ଦେଇଥିଲେ ବରିଷ୍ଠ ନେତା ଉତ୍କଳ କେଶରୀ ପରିଡ଼ା । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଉତ୍କଳ ପରିଡ଼ା ଓଡ଼ିଶା ଗଣ ପରିଷଦ ଟିକେଟରେ କେନ୍ଦ୍ରାପଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପୂର୍ବରୁ ବିଜେପିରେ ଥିଲେ ଉତ୍କଳ କେଶରୀ ପରିଡ଼ା ।

Get real time updates directly on you device, subscribe now.