fbpx

ପୂର୍ବତନ ସାଂସଦ କାର୍ତ୍ତିକେଶ୍ବର ପାତ୍ରଙ୍କ ପରଲୋକ

ଭୁବନେଶ୍ୱର,୬ ।୧୦ (ଓଡିଶା ଭାସ୍କର): ପୂର୍ବତନ ସାଂସଦ ତଥା ବାଲେଶ୍ବରର ବରିଷ୍ଠ ରାଜନେତା କାର୍ତ୍ତିକେଶ୍ବର ପାତ୍ରଙ୍କ ୭୯ ବର୍ଷ ବୟସରେ ପରଲୋକ ଘଟିଛି । ଅସୁସ୍ଥତା ଯୋଗୁଁ ତାଙ୍କୁ ଆମ୍ବୁଲାନ୍ସରେ ଭୁବନେଶ୍ୱର ନିଆଯାଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ନିକଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ରାଜ୍ୟରେ ଜଣେ ପ୍ରବୀଣ କଂଗ୍ରେସ ନେତା ଭାବେ ପରିଚିତ।

ତେବେ ଗତ ତିନି ଚାରି ଦିନ ହେବ କାର୍ତ୍ତିକେଶ୍ୱର ଜ୍ୱରରେ ପୀଡିତ ହୋଇଥିଲେ। ଗତକାଲି ତାଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିଲା। ସନ୍ଧ୍ୟାରେ ସେ ଅଚାନକ ଅଧିକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଉଥିଲା। ସାଙ୍ଗରେ ତାଙ୍କ ପତ୍ନୀ ପୂର୍ବତନ ବିଧାୟିକା ଉମାରାଣୀ ପାତ୍ର ଏବଂ ଏକମାତ୍ର ପୁତ୍ର ଦେବାଶିଷ ପାତ୍ର ମଧ୍ୟ ଥିବା ଜଣାପଡିଛି ।

Get real time updates directly on you device, subscribe now.