fbpx

ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ ହସ୍ପିଟାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା

ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା କ୍ରିକେଟର ରଂଜୀବ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟବସ୍ଥା ଅସୁସ୍ଥ କଥା ସାମ୍ନାକୁ ଆସିଛି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ଅବସ୍ଥା ଗୁରୁତର ନାହିଁ ବୋଲି ନିକଟତମ ମହଲରୁ ଜଣାପଡ଼ିଛି ।

ସୂଚନା ମୁତାବକ, ରଂଜୀବଙ୍କ କାନ୍ଧ ପାଖରେ ଏକ ମାଂସ ବଢୁଥିଲା । ତେଣୁ ଡାକ୍ତରଙ୍କ ପରାମର୍ଶକ୍ରମେ ଉକ୍ତ ମାଂସକୁ କାଢିବା ପାଇଁ ରଂଜୀବ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ଦିନ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି ବୋଲି ସୂଚନା ମିଳିଛି ।

ରଂଜୀବ ବିଶ୍ୱାଳ ହେଉଛନ୍ତି ଜଣେ ପୂର୍ବତନ ଭାରତୀୟ ତଥା ଇଣ୍ଡିଆନ ପ୍ରିମିୟର ଲିଗର ପୂର୍ବତନ ଚେୟାରମ୍ୟାନ । ସେ ୩ ଏପ୍ରିଲ ୨୦୧୪ରୁ ୨ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ସେ ତାଙ୍କ କାର୍ଯକାଳ ମଧ୍ୟରେ ବିଭିନ୍ନ ସଂସଦୀୟ କମିଟିର ଅଧ୍ୟକ୍ଷ ହୋଇଥିଲେ । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସୁଦ୍ଧାର ହେବାରେ ଲାଗିଛି । ଦିନେ ଦୁଇଦିନ ମଧ୍ୟରେ ସେ ହସ୍ପିଟାଲରୁ ଡିସ୍ଚାର୍ଜ ହେବେ ବୋଲି ଜଣାପଡୁଛି ।

Get real time updates directly on you device, subscribe now.