ଇମ୍ରାନ ଖାନଙ୍କ ରାଲିରେ ଗୁଳିମାଡ: ଗୁରୁତର ଆହତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଦୁବୃର୍ତ୍ତଙ୍କ ଟାର୍ଗେଟରେ ରହିଛନ୍ତି । ଏକ ରାଲିରେ ଯାଉଥିବା ବେଳେ ଇମ୍ରାନଙ୍କୁ ଗୁଳିମାଡ ହୋଇଛି । ଏହି ଆକ୍ରମଣରେ ଇମ୍ରାନ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ରାଲି ଚାଲିଥିବା ସମୟରେ ଅଚାନକ ସେଠାରେ ଫାୟାରିଙ୍ଗ ହୋଇଥିଲା । ଯେଉଁଥିରେ ଇମ୍ରାନ ଖାନଙ୍କ ସମେତ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତଙ୍କୁ ମେଡିକାଳରେ ଭର୍ତ୍ତି କରାଯିବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଆକ୍ରମଣ ମାମଲାରେ ଜଣଙ୍କୁ କରିଛି ପୋଲିସ ।