ଦେଶର ସ୍ଥିତି ଭୟଙ୍କର, ଘର ଭିତରେ ଭର୍ତ୍ତି କରି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀକୁ ଜିଅନ୍ତା ଜାଳି ମାରିଦେଲେ

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀକୁ ପୋଡ଼ି ମାରିଦେଲେ ବିକ୍ଷୋଭକାରୀ।

ନେପାଳ: ନେପାଳରେ ଭୟଙ୍କର ସ୍ଥିତି। ସୋସିଆଲ ମିଡିଆ ବ୍ୟାନକୁ ନେଇ ବ୍ୟାପକ ହିଂସାକାଣ୍ଡ। ପ୍ରଥମେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ନିଜ ନିଜ ପଦରୁ ଇସ୍ତଫା ଦେଲେ। ଏତିକିରେ ସରିନଥିଲା ବିକ୍ଷୋଭ।

ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନ, ପ୍ରଧାନମନ୍ତ୍ରୀଙ୍କ ଘର ଓ ନେପାଳର ହାଇକୋର୍ଟ ସବୁଠି ନିଆଁ ଲଗାଇ ଜାଳିଦେଲେ। ନେପାଳରେ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି।

ପ୍ରଦର୍ଶନକାରୀଙ୍କ ଏକ ଗ୍ୟାଙ୍ଗ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖାନଲଙ୍କ ଘର ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାରେ ଖାନଲଙ୍କ ପତ୍ନୀ ରାଜ୍ୟଲକ୍ଷ୍ମୀ ଚିତ୍ରକରଙ୍କୁ ମଧ୍ୟ ପ୍ରତିବାଦକାରୀମାନେ ଟାର୍ଗେଟ କରିଥିଲେ।

ସେ ଗୁରୁତର ଭାବରେ ପୋଡ଼ି ଯାଇଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଡାଲ୍ଲୁସ୍ଥିତ ତାଙ୍କ ବାସଭବନରେ ଘଟିଥିଲା, ଯେଉଁଠାରେ ପ୍ରଦର୍ଶନକାରୀମାନେ ତାଙ୍କୁ ଘର ଭିତରେ ଘେରି ନିଆଁ ଲଗାଇ ଦେଇଥିଲେ।