fbpx

ଟ୍ୱିଟର ଫେସବୁକକୁ ଟକ୍କର ଦେବ ଟ୍ରମ୍ପଙ୍କ ନୂଆ ସୋସିଆଲ ମିଡିଆ ଆପ୍

ନୂଆଦିଲ୍ଳୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତାଙ୍କର ନୂଆ ସୋସିଆଲ ମିଡିଆ ଆପ୍ ‘ଟୁଥ୍ ସୋସିଆଲ’ ଲଞ୍ଚ କରିଛନ୍ତି । ଏହି ଆପ୍ ଲଞ୍ଚ ସହ ପୁଣିଥରେ ସେ ସୋସିଆଲ ମିଡିଆ ଜଗତକୁ ଫେରିଛନ୍ତି । ଗତ ୨୦୨୧ ରେ ଫେସବୁକ୍ ଟ୍ୱିଟର ଭଳି ଅନେକ ପ୍ଲାଟଫର୍ମରେ ତାଙ୍କୁ ବ୍ୟାନ୍ କରାଯାଇଛି । ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ତାଙ୍କର ପୋଷ୍ଟଗୁଡ଼ିକ ହିଂସାକୁ ଉସ୍କାଉଛନ୍ତି ।

ତେବେ ଆପ୍ ଲଞ୍ଚ ନେଇ ୨୦୨୧ ଅକ୍ଟୋବରରେ ଟ୍ରମ୍ପ ଘୋଷଣା କରିଥିଲେ ଯେ ସେ ଏକ ସୋସିଆଲ ମିଡିଆ ଆପ୍ ଲଞ୍ଚ କରିବାକୁ ଯାଉଛନ୍ତି । ଯାହାର ନାଁ ରହିଛି ‘ଟ୍ରୁଥ୍ ସୋସିଆଲ’ । ଆଉ ବର୍ତ୍ତମାନ ଏହା ଆପଲ୍ ଆପ୍ ଷ୍ଟୋରରେ ଉପଲବ୍ଧ ।

ଆପ୍ ଷ୍ଟୋରରେ ଦିଆଯାଇଥିବା ବିବରଣୀ ଅନୁଯାୟୀ ଏହା ଏକ ସୋସିଆଲ ମିଡିଆ ଆପ୍ ଏବଂ ଏହା ସମସ୍ତ ପ୍ରକାର ରାଜନୈତିକ ଭେଦଭାବରୁ ମୁକ୍ତ । କେହିବି ଏଥିରେ ଆକାଉଣ୍ଟ କରିପାରିବେ ଏବଂ ସେମାନଙ୍କର ମତାମତ, ଫଟୋ, ଖବର କିମ୍ବା ଭିଡିଓ ମାଧ୍ୟମରେ ରଖିପାରିବେ ।

ଏହି ଆପର ପ୍ରୋଫାଇଲ ସେକ୍ସନରେ ଆପଣ ଆପଣଙ୍କର କେତେ ଫଲୋଅର ଅଛନ୍ତି ଏହାର ଲିଷ୍ଟ ଦେଖିପାରିବେ, ଆପଣ କରିଥିବା ପୋଷ୍ଟ ଏବଂ ଲାଇକର ହିଷ୍ଟ୍ରି ଦେଖିପାରିବେ । ଏହି ପ୍ଲାଟଫର୍ମରେ ନୂଆ ନୂଆ ଚିନ୍ତାଧାରା ଏବଂ ଲୋକମାନଙ୍କ କାର୍ଯ୍ୟକଳାପ ଜାଣିପାରିବେ ଏବଂ ଆପଣଙ୍କ ପସନ୍ଦ ଫିଡ୍ ଜାଣିପାରିବେ । ଆପଣ ଫଲୋ କରୁଥିବା ଲୋକଙ୍କ ପୋଷ୍ଟକୁ ଆପଣଙ୍କ ଫିଡ୍ ରେ ମଧ୍ୟ ଦେଖିପାରିବେ ।

ଆପରେ ଆପଣ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଖୋଜିପାରିବେ । ଏଥିରେ ନୋଟିଫିକେସନର ବ୍ୟବସ୍ଥା ମଧ୍ୟ ରହିଛି ଯାହଦ୍ୱାରା ଆପଣଙ୍କୁ କୌଣସି ପୋଷ୍ଟର ଅପଡେଟ ମିଳିପାରିବ । ଏହି ପ୍ଲାଟଫର୍ମରେ ବ୍ୟକ୍ତିଗତ ଭାବରେ କାହାକୁ ମେସେଜ ମଧ୍ୟ କରିପାରିବେ । ଏଥିରେ ମଧ୍ୟ ଟ୍ୱିଟର ପରି କମେଣ୍ଟ, ଲାଇକ୍, ରିଟ୍ୱିଟ୍ ଭଳି ଫିଚର ରହିଛି । ଏଥିରେ ଡାର୍କ ମୋଡ ଏବଂ ହାସଟ୍ୟାଗ ବ୍ୟବସ୍ଥା ମଧ୍ୟ ରହିଛି । ଆଉ ଏହିସବୁ ଫିଚର ପ୍ରାୟତଃ ଟି୍ବଟର ଭଳି ।

Get real time updates directly on you device, subscribe now.