fbpx
BSKY SKY
BSKY SKY

ମିଳିଲା ଫର୍ମୁଲା ; ବିରୁଷ୍କାଙ୍କ ପୂଜାରେ ପ୍ରସନ୍ନ ହେଲେ ଏବଂ ଆର୍ଶିବାଦ ଦେଲେ….ଯାହା ଦେଖିବାକୁ ମିଳିଲା ପଡିଆରେ

ମହାଦେବଙ୍କୁ ପ୍ରସନ୍ନ କରି ଶତକ ହାସଲ

BSKY

ଭୁବନେଶ୍ୱର : ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅହମଦାବାଦ ଚେଷ୍ଟ ମ୍ୟାଚରେ ଶତକ ହାସଲ କରିଛନ୍ତି । ଦୀର୍ଘ ସାଢେ ୩ ବର୍ଷ ପରେ ବିରାଟ କୋହିଲ ଏହି ଶତକ ହାସଲ କରିଛନ୍ତି । ଏହା ହେଉଛି ତାଙ୍କର ୨୮ ତମ ଟେଷ୍ଟ ଶତକ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଶତକ ହାସଲର ପଛର ରହସ୍ୟ ଜଣାପଡିଛି । ଉଭୟ ବିରଷ୍କାଙ୍କୁ ମଧ୍ୟ ଏହାର ଫର୍ମୁଲା ଜଣା ।

ଆପଣ ନିଶ୍ଚର୍ଯ୍ୟ ଜାଣିପାରୁଥିବେ ଆମେ କେଉଁ ଫର୍ମୁଲା ବିଷୟରେ କଥା କହୁଛୁ । ଗତ କିଛି ଦିନ ପୂର୍ବରୁ ବିରାଟ କୋହଲିଙ୍କ ଭକ୍ତିଭାବ ବେଶ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍ ପୂର୍ବରୁ ବିରୁଷ୍କା ଉଜ୍ଜୟନୀର ମହାକଳେଶ୍ୱର ମନ୍ଦିର ଯାଇଥିଲେ । ଯାହାର ଫଳାଫଳ ଆଜି ଦେଖିବାକୁ ମିଳିଛି ପଡିଆରେ… ।

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା କିଛି ଦିନ ପୁର୍ବେ ମହାକାଳ ଜ୍ୟୋର୍ତିଲିଙ୍ଗ ଦର୍ଶନ ପାଇଁ ଯାଇ ଭୋର ୪ ଟାରେ ଭାସ୍ମା ଆରତୀରେ ଭାଗ ନେଇଥିଲେ। ଏହା ପରେ ଦୁହେଁ ମନ୍ଦିରର ଗର୍ଭଗୃହକୁ ଯାଇ ପଞ୍ଚମୃତ ଅଭିଷେକ କରିଥିଲେ। ବିରାଟ କୋହଲିଙ୍କୁ ଧୋତି ପିନ୍ଧିଥିଲେ, ବେକରେ ରୁଦ୍ରାକ୍ଷ ଏବଂ କପାଳରେ ଏକ ବଡ଼ ଚନ୍ଦନ ଟିକା ପିନ୍ଧିଥିବାର ଦେଖାଯାଇଥିଲା ।

ମହାକାଳ ମହାଦେବଙ୍କୁ ପ୍ରସନ୍ନ କରି ବିରାଟ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିଲା । ଶ୍ରୀଲଙ୍କା ସିରିଜ ପୂର୍ବରୁ ବିରାଟ କୋହଲି ପତ୍ନୀ ଅନୁଷ୍କା ସହ ବୃନ୍ଦାବନ ପହଞ୍ଚିଥିଲେ । ଏହା ପରେ ସେ ଶତକ ହାସଲ କରିଥିଲେ ।

ସେହିପରି ବଙ୍ଗଲାଦେଶ ବିପକ୍ଷରେ ସିରିଜ ଖେଳିବା ପୂର୍ବରୁ ବିରାଟ କୋହଲି ନୈନୀତାଲ ଯାଇଥିଲେ , ସେଠାରେ ନୀମ କରୌଲୀ ବାବାଙ୍କ ଧାମରେ ପହଞ୍ଚିଥିଲେ । ଦର୍ଶନ ପରେ ଏହି ସିରିଜରେ ମଧ୍ୟ ଶତକ ହାସଲ କରିଥିଲେ । ବିରାଟ ଏପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟରେ ୭୫ଟି ଶତକ ହାସଲ କରିଛନ୍ତି ।

Get real time updates directly on you device, subscribe now.