fbpx

ରିସର୍ଚ୍ଚ କହୁଛି- ଶୋଇବା ପୂର୍ବରୁ ଲାଇଟ, ଟିଭି, କମ୍ପ୍ୟୁଟର ଓ ସ୍ମାର୍ଟଫୋନ ବନ୍ଦ କରିବା ଜରୁରୀ, ନ ମାନିଲେ ବଢ଼ିବ ମଧୁମେହ, ହୃଦରୋପ, ଉଚ୍ଚ ରକ୍ତଚାପ

ନୂଆଦିଲ୍ଲୀ: ମଣିଷର ପରିବର୍ତ୍ତିତ ଜୀବନଶୈଳୀ ଆଜି ତାକୁ ଧୀରେଧୀରେ ବିପଦ ଆଡ଼କୁ ଟାଣି ନେଉଛି । ତେବେ ଅଧିକାଂଶ ଲୋକଙ୍କର ଶୋଇବା ସମୟରେ କମ୍ପ୍ୟୁଟର ଓ ମୋବାଇଲ ବ୍ରାଉଜିଂ କରିବାର କୁଅଭ୍ୟାସ ରହିଥାଏ । ତେବେ ଏନେଇ ଏକ ବଡ଼ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଛି । ରାତିରେ ଶୋଇବା ପୂର୍ବରୁ ୩ ଘଣ୍ଟା ଧରି ଲାଇଟ ସମ୍ପର୍କରେ ଆସିବା କାରଣରୁ ମହିଳାଙ୍କଠାରେ ଗର୍ଭକାଳୀନ ମଧୁମେହ ସମସ୍ୟା ଦେଖାଦେଉଥିବା ଜଣାପଡ଼ିଛି ।

ଆମେରିକାର ନର୍ଥ ୱେଷ୍ଟର୍ଣ୍ଣ ୟୁନିଭରସିଟି ଫିନବର୍ଗ ସ୍କୁଲ ଅଫ୍ ମେଡିସିନର ଜଣେ ନ୍ୟୁରୋଲୋଜି ସହାୟକ ପ୍ରଫେସର କହିଛନ୍ତି, ଶୋଇବା ପୂର୍ବରୁ ଅଧିକ ସମୟ ଆଲୁଅରେ ରହିବା ମହିଳାଙ୍କ ଗର୍ଭାବସ୍ଥାରେ ମଧୁମେହର କାରଣ ସାଜିପାରେ । ରାତିରେ ଲାଇଟ ସଂସ୍ପର୍ଶରେ ଆସିବା ଫଳରେ ଅଣଗର୍ଭବତୀ ବୟସ୍କଙ୍କଠାରେ ଗ୍ଲୁକୋଜ ସ୍ତର ଖରାପ ହେବା ସମ୍ଭାବନା ରହିଥାଏ । ଘରର ତେଜ ଆଲୁଅ, ଟିଭି, କମ୍ପ୍ୟୁଟର ଓ ସ୍ମାର୍ଟଫୋନ ପରି ଉପକରଣରୁ ବାହାରୁଥିବା ଲାଇଟ୍ ଆପଣଙ୍କ ଉପରେ କୁପ୍ରଭାବ ପକାଇପାରେ ।

ଗର୍ଭକାଳୀନ ମଧୁମେହ ଦ୍ୱାରା ମହିଳାଙ୍କଠାରେ ପ୍ରସୂତୀ ସମ୍ବନ୍ଧୀୟ ଜଟିଳତା ବୃଦ୍ଧି ପାଇପାରେ । ମାଆମାନଙ୍କୁ ମଧୁମେହ, ଉଚ୍ଚରକ୍ତଚାପ ଓ ହୃଦରୋଗର ଆଶଙ୍କା ରହିଛି । ତେଣୁ ଶୋଇବାର କିଛି ଘଣ୍ଟା ପୂର୍ବରୁ ଲାଇଟ୍ କମ୍ କରିଦେବା ଉଚିତ । ଶୋଇବା ପୂର୍ବରୁ ଅଧିକ ଆଲୁଅ ସଂପର୍କରେ ଆସିଲେ ହୃଦୟର ଗତି ବଢ଼ିଯାଇଥାଏ ଓ ତାହାଦ୍ୱାରା ମୋଟାପା, ଇନସୁଲିନ୍ ପ୍ରତିରୋଧ, ରକ୍ତଚାପ ବୃଦ୍ଧି ହୋଇପାରେ ବୋଲି ରିସର୍ଚ୍ଚରେ କୁହାଯାଇଛି । ତେଣୁ ଏହା ସାରା ମାନବ ଜାତି ପାଇଁ ନିହାତି ଭାବେ ବଡ଼ ସତର୍କ ସୂଚନା ।

Get real time updates directly on you device, subscribe now.