fbpx

ସଂସଦରେ ସୁରକ୍ଷା ଭାଙ୍ଗିବା ମାମଲା: ୪ ଅଭିଯୁକ୍ତଙ୍କୁ ହେପାଜତକୁ ନେଲା ପୋଲିସ

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଙ୍ଘନ କରିବା ଅଭିଯୁକ୍ତଙ୍କୁ ମହଙ୍ଗା ପଡ଼ିଛି । ଏଭଳି ଏକ ସଙ୍ଗୀନ ଅଭିଯୋଗରେ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ୭ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଛି । ଏହି ସମୟ ମଧ୍ୟରେ ମାମଲାକୁ ନେଇ ପଚରାଉଚରା କରିବ ପୋଲିସ । ଲୋକସଭା ମଧ୍ୟରେ ଗିରଫ ହୋଇଥିବା ସାଗର ଶର୍ମା ଏବଂ ଡି. ମନୋରଞ୍ଜନଙ୍କ ସହିତ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ନୀଲମ ଦେବୀ ଓ ଅମୁଲ ଶିନ୍ଦେ ଏବେ ପୋଲିସର ହେପାଜତରେ ରହିବେ । ଘଟଣା ସମ୍ପର୍କରେ ତନାଘନା କରି ଦିଲ୍ଲୀ ପୋଲିସ ।

ତେବେ ଗତକାଲିର ସଂସଦରେ ସୁରକ୍ଷା ଭଙ୍ଗ କରିବା ମାମଲାରେ ୫ ଜଣଙ୍କୁ ପୋଲିସ ଗିରପ କରିଥିଲା । ଏମାନଙ୍କ ମଧ୍ୟରୁ ୨ ଜଣ ସଂସଦ ଭିତରେ ହଳଦିଆ ରଙ୍ଗର ଧୂଆଁ ସ୍ପ୍ରେ କରିଥିବା ବେଳେ ଅନ୍ୟ ୨ ଜଣ ବାହାରେ ଏହାକୁ ବିକ୍ଷୋଭ କରିଥିବା ଦେଖାଯାଇଥିଲା । ଲକ୍ଷେ୍ନøର ସାଗର ଶର୍ମା ଏବଂ ମାଇସୋରର ଡି ମନୋରଂଜନ ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ଭିତରେ ପ୍ରବେଶ କରିବା ସହ ଧୂଆଁ ସ୍ପ୍ରେ କରିଥିଲେ। ତେବେ ଅଭିଯୁକ୍ତଙ୍କ ଏଭଳି କାଣ୍ଡ ସଂସଦ ଭିତରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି କରିଥିଲା । ତେବେ ଏଭଳି କାଣ୍ଡ ଘଟାଇବାର କିଛି ସମୟ ମଧ୍ୟରେ ସଂସଦର ସିକ୍ୟୁରିଟି, ୱାର୍ଡ ଷ୍ଟାଫ ଏବଂ ସାଂସଦଙ୍କ ଦ୍ୱାରା ଧରା ପଡ଼ିଛନ୍ତି । ସେପଟେ ଅନ୍ୟ ଦୁଇ ଜଣ(ନୀଲମ ଏବଂ ଅମୁଲ) ସଂସଦ ଭିତରକୁ ପ୍ରବେଶ ପାଇଁ ଭିଜିଟର୍ସ ପାସ୍ ପାଇ ନଥିଲେ । ଏମାନେ ସଂସଦ ବାହାରେ ସ୍ମୋକ ବମ୍ ସହିତ ସ୍ଲୋଗାନ୍ ଦେଇଥିବା ବେଳେ ଗିରଫ ହୋଇଥିଲେ ।

ତେବେ ସମସ୍ତ ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ କଠୋର ଆତଙ୍କବାଦ ବିରୋଧୀ ଆଇନ୍ UAPA ଏବଂ ଭାରତୀୟ ପେନାଲ କୋର୍ଟର ବିଭିନ୍ନ ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି । ଏମାନଙ୍କ ବ୍ୟତୀତ ସେମାନଙ୍କ ସହଯୋଗୀ ବିଶାଲକୁ ମଧ୍ୟ ଗୁରୁଗ୍ରାମରୁ ଗିରଫ କରାଯାଇଛି । ସଂସଦକୁ ଯିବା ପୂର୍ବରୁ ଅଭିଯୁକ୍ତମାନେ ବିଶାଲ ଘରେ ରହିଥିବା ଜାଣିବାକୁ ମିଳିଛି । ତେବେ ଘଟଣାର ମାଷ୍ଟର ମାଇଣ୍ଡ ଲଳିତ ଝା ପଳାୟନ ପେରାର ହୋଇଯାଇଛି ।

ଆଜି କୋର୍ଟରେ ପୋଲିସ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଯୁକ୍ତି ବାଢିଥିବା ବେଳେ ଏହାର ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନ କରିଛି। ତେବେ ଜଣଙ୍କର ମତ ପ୍ରକାଶ କରିବା ଏହି ଘଟଣାର ଉଦ୍ଦେଶ୍ୟ କି ନୁହେଁ, ସେ ନେଇ ତଦନ୍ତ କରାଯିବ । ସେହିପରି ଏହି ଘଟଣାରେ କୌଣସି ଆତଙ୍କବାଦୀ ସଂଗଠନ ସମ୍ପୃକ୍ତ କି ନାହିଁ ସେ ସମ୍ପର୍କରେ ମଧ୍ୟ ଅନୁସନ୍ଧାନ କରିବ ଦିଲ୍ଲୀ ପୋଲିସ ।

Get real time updates directly on you device, subscribe now.