fbpx
BSKY SKY
BSKY SKY

ଡାକ୍ତର ମୃତ ଘୋଷଣା କରିବା ପରେ ମଧ୍ୟ ପୁଣି ଜୀବିତ ହେଲେ ମହିଳା: ଜାଣନ୍ତୁ କ’ଣ ରହିଛି ପୂରା ଘଟଣା

BSKY

ନୂଆଦିଲ୍ଲୀ: ଆମେମାନେ ସମସ୍ତେ ଜାଣିଛୁ ଯେ ମୃତ୍ୟୁ ପରେ କେହି ଜୀବିତ ଫେରି ଆସନ୍ତି ନାହିଁ । କିନ୍ତୁ ଆମେରିକାରେ ଏହାର ଠିକ ଓଲଟା ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳା ମୃତ୍ୟୁ ପରେ ଜୀବନ୍ତ ହୋଇ ଏହି କଥାକୁ ଭୁଲ ପ୍ରମାଣିତ କରିଛନ୍ତି। ତେବେ ଆଶ୍ଚର୍ୟ୍ୟଜନକ କଥା ହେଉଛି ମହିଳା ନିଜେ ମୃତ୍ୟୁ ପରେ ନିଜ ଅନୁଭୂତି ମଧ୍ୟ ବର୍ଣ୍ଣନା କରୁଛନ୍ତି । ଦାବି କରାଯାଉଛି ଯେ ଡାକ୍ତରମାନେ ମହିଳାଙ୍କର ହୃତସ୍ପନ୍ଦନ ବନ୍ଦ ହେବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ, କିନ୍ତୁ ମୃତ୍ୟୁର ୨୪ ମିନିଟ ପରେ ସେ ପୁଣିଥରେ ଜୀବିତ ହୋଇ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣଙ୍କ ହେଲେ ଲରେନ୍ କାନାଡେ । ତେବେ ମହିଳା ଜଣଙ୍କ ମହିଳା ସୋସିଆଲ ମିଡିଆ ସାଇଟ୍ ରେଡିଟରେ ତାଙ୍କ କାହାଣୀ ସମସ୍ତଙ୍କ ସହିତ ସେୟାର କରିଛନ୍ତି। ମହିଳା ଜଣକ କହିଛନ୍ତି ଯେ ଗତ ଫେବୃୟାରୀ ମାସରେ ସେ ଘରେ ଥିବା ସମୟରେ ହଠାତ୍ ତାଙ୍କର ହୃଦ୍‌ଘାତ ହୋଇଥିଲା। ତାଙ୍କ ସ୍ୱାମୀ ୯୧୧ କୁ ଫୋନ୍ କରି CPR ଦେବା ଆରମ୍ଭ କରିଥିଲେ । ତେବେ ଡାକ୍ତର ଆସି ତାଙ୍କୁ ସେହିଠାରେ ମୃତ ଘୋଷଣା କରିଥିଲେ । କିନ୍ତୁ ପ୍ରାୟ ୨୪ ମିନିଟ୍ ପରେ ପୁଣିଥରେ ଜୀବିତ ହୋଇଥିବା କହିଥିଲେ ସେ ।

ମହିଳା ଜଣକ ଆହୁରି ମଧ୍ୟ କହିଥିଲେ ଯେ ସେହି ସମୟରେ ମୋ ସହିତ ଯାହା ଘଟିଥିଲା, ମୁଁ ସବୁକିଛି ସ୍ପଷ୍ଟ ସ୍ପଷ୍ଟ ଭାବରେ ମନେ ରଖିଛି । ହୃଦ୍‌ଘାତ ପରେ ମୋ ସ୍ୱାମୀ ମୋତେ ୪ ମିନିଟ୍ ପର୍ଯ୍ୟନ୍ତ CPR ଦେଇଥିଲେ । ମୋ ଆଖପାଖରେ ହଇଚଇ ସୃଷ୍ଟି ହୋଇଥିଲା। ମୋତେ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଏହି ସମୟ ମଧ୍ୟରେ ମୁଁ କୋମାକୁ ଚାଲିଯାଇଥିଲି । ୨ ଦିନ କୋମାରେ ରହିବା ପରେ ଯେତେବେଳେ ମୁଁ ଉଠିଲି, ମୁଁ ଦ୍ୱନ୍ଦରେ ପଡିଗଲି । ଅନେକ ଦିନ ଧରି ମୁଁ ପୁରୁଣା ଜିନିଷ ମନେ ପକାଇ ପାରିଲି ନାହିଁ । ଆଇସିୟୁରେ ମୋ ସହିତ କ’ଣ ହେଲା ତାହା ମଧ୍ୟ ମୁଁ ଜାଣେ ନାହିଁ ।

ମହିଳା ଜଣକ କହିଥିଲେ ଯେ ମୃତ୍ୟୁ ପରେ ମଧ୍ୟ ସେ ସବୁକିଛି ଦେଖିପାରୁଥିଲେ। ଏହା ମଧ୍ୟରେ ହସ୍ପିଟାଲର କର୍ମଚାରୀ ଏବଂ ଡାକ୍ତର ମଧ୍ୟ ଥିଲେ ଯାହାଙ୍କୁ ସେ ପୂର୍ବରୁ ଦେଖି ନଥିଲେ। ନ୍ୟୁୟର୍କ ପୋଷ୍ଟ କହିଛି ଯେ କାନାଡେଙ୍କ ମାମଲା ଆଶ୍ଚର୍ଯ୍ୟଜନକ କାରଣ ଏହିପରି କ୍ଷେତ୍ରରେ ଅଧିକାଂଶ ଲୋକ ଅଧିକ ଦିନ ବଞ୍ଚନ୍ତି ନାହିଁ। ୧୯୮୨ ରୁ ୨୦୧୮ ମଧ୍ୟରେ ରେକର୍ଡ ହୋଇଥିବା ୬୫ ଟି ମାମଲା ମଧ୍ୟରୁ କେବଳ ୧୮ ଜଣ ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ।

Get real time updates directly on you device, subscribe now.