fbpx

700 ଫୁଟ ତଳକୁ ଖସିଲା ସେନାଗାଡି, ଶହୀଦ ହୋଇଗଲେ ଯବାନ

Four Army personnel killed in Sikkim as vehicle plunges off road

ନୂଆଦିଲ୍ଲୀ: ସିକ୍କିମରେ ବଡ ଧରଣର ସଡକ ଦୁର୍ଘଟଣା । 700 ଫୁଟ ତଳକୁ ଖସିଲା ସେନାଗାଡି । ଅକାଳରେ ଚାଲିଗଲା 4 ଯବାନଙ୍କ ଜୀବନ । ଗୁରୁବାର  ପାକୟୋଙ୍ଗରେ ଏହି ଦୁର୍ଘଟଣା ହୋଇଥିବା ବେଳେ ବର୍ତ୍ତମାନ ସେମାନଙ୍କର ପରିଚୟ ମିଳିଛି । ପଶ୍ଚିମବଙ୍ଗର ପେଡୋଙ୍ଗରୁ ଜୁଲୁକ ଯାଉଥିବା ବେଳେ ସେନାଗାଡି ଘାଟିରୁ ତଳକୁ ଖସିପଡିଥିଲା ।

ଏନେଇ ଜଣେ ଭାରତୀୟ ସେନା ଅଧିକାରୀ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପଶ୍ଚିମବଙ୍ଗର ପେଡୋଙ୍ଗରୁ ସିଲ୍କ ରାସ୍ତାରେ ଜୁଲୁକ ଯାଉଥିବା ବେଳେ ସେନାଗାଡି ଦୁର୍ଘଟଣାଗସ୍ତ ହୋଇଥିଲା । ଫଳରେ ଏହି ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ମଧ୍ୟପ୍ରଦେଶର ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁର ଶିଳ୍ପକାର ଡବ୍ଲୁ ପିଟର, ହରିୟାଣାର ନାୟକ ଗୁରସେବ ସିଂ ଏବଂ ତାମିଲନାଡୁର ସୁବେଦାର କେ ଥଙ୍ଗପଣ୍ଡି । ଡ୍ରାଇଭର ସମେତ ସମସ୍ତ ମୃତକ ସୈନକର୍ମୀ ପଶ୍ଚିମବଙ୍ଗର ବିନାଗୁରିରର ଏକ ୟୁନିଟର ରହିଥିଲେ । ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ସେନେଇ ସ୍ପଷ୍ଚ ସୂଚନା ମିଳିପାରି ନଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ସମସ୍ତ ଶହୀଦଙ୍କ ମୃତଦେହ ଉଦ୍ଧାର କରି ସେନାକୁ ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.