fbpx

କେରଳ ଜଙ୍ଗଲରୁ ଆସିଲା ଚମତ୍କାର କାହାଣୀ! ୱାୟନାଡ ଭୂସ୍ଖଳନର ୫ ଦିନ ପରେ ଜୀବନ୍ତ ଉଦ୍ଧାର ହେଲେ ୪ ଜଣ ଶିଶୁ

ନୂଆଦିଲ୍ଲୀ: କେରଳର ୱାୟନାଡରେ ଦେଖାଦେଇଥିବା ଭୟଙ୍କର ଭୂସ୍ଖଳନର ରେସକ୍ୟୁ ଅଭିଯାନ ଏହା ମଧ୍ୟରେ ପଞ୍ଚମ ଦିନରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଭୂସ୍ଖଳନ ମୃତ୍ୟୁସଂଖ୍ୟା ୩୪୦ରେ ପହଞ୍ଚିଥିବା ବେଳେ ଏବେ ବି ୨୦୦ ଜଣ ନିଖୋଜ ରହିଥିବା ଅଫିସିଆଲ ଭାବେ କୁହାଯାଇଛି । ତେବେ ଏହା ମଧ୍ୟରେ କେରଳରୁ ଜଙ୍ଗଲରୁ ଏକ ଚମତ୍କାର କାହାଣୀ ସାମ୍ନାକୁ ଆସିଛି । ଝଡ଼, ତୋଫାନ, ବର୍ଷା, ମାଟି, କାଦୁଆ, ଭଗ୍ନ ଗୃହ ଭିତରୁ ଅନେକ ମୃତଦେହକୁ ଉଦ୍ଧାରକାରୀ ଟିମ୍ ଉଦ୍ଧାର କରୁଥିବା ବେଳେ ଏବେ ୬ ଜଣ ଶିଶୁଙ୍କୁ ଜୀବନ୍ତ ଭାବେ ଉଦ୍ଧାର କରାଯାଇଛି । ଏହି ସମସ୍ତ ଶିଶୁମାନେ ଏବେ ନୂଆ ଜୀବନ ପାଇଛନ୍ତି ବୋଲି ସେମାନଙ୍କର ଫଟୋରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ।

ୱାୟନାଡରେ ବନ ଅଧିକାରୀଙ୍କ ଦ୍ୱାରା ୮ ଘଣ୍ଟାର କଠିନ ସଂଘର୍ଷ ପରେ ଏକ ଆଦିବାସୀ ବସ୍ତିରୁ ୬ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏହି ରେସକ୍ୟୁ ଅଭିଯାନକୁ ମୁଖ୍ୟମନ୍ତ୍ରୀ ପିନାରାଈ ବିଜୟନ ପ୍ରଶଂସା କରିବା ସହ ସଙ୍କଟ ସମୟରେ ଏହା ପ୍ରକୃତ ବଳିଦାନ ବୋଲି କହିଛନ୍ତି । ଆମେ ଏକତ୍ର ହୋଇ ପୁନନିର୍ମାଣ କରିବା ଓ ମଜବୁତ ହୋଇ ଆଗକୁ ଯିବା ବୋଲି ସେ କହିଛନ୍ତି । ରେସକ୍ୟୁ ହୋଇଥିବା ଆଦିବାସୀ ସମ୍ପ୍ରଦାୟର ଶିଶୁଙ୍କ ମଧ୍ୟରେ ୪ ବର୍ଷର ୪ ଜଣ ଶିଶୁ ରହିଥିଲେ । ୱାୟନାଡର ପାନିୟା ସମ୍ପ୍ରଦାୟର ଏହି ପରିବାର ଏକ ପାହାଡ଼ ଗୁମ୍ଫା ଭିତରେ ଫଶି ରହିଥିଲା । ସେଠାରେ ଏକ ଗଭୀର ଖାଈ ରହିଥିବାରୁ ସେହି ସ୍ଥାନକୁ ପହଞ୍ଚିବାକୁ ବନ କର୍ମଚାରୀଙ୍କୁ ସାଢ଼େ ୪ ଘଣ୍ଟାରୁ ଅଧିକ ସମୟ ଲାଗିଯାଇଥିଲା ।

ଗତ ୧ ତାରିଖ ଦିନ ବନ କର୍ମଚାରୀମାନେ ଜଣେ ମା’ ଓ ତାଙ୍କର ଏକ ୪ ବର୍ଷର ଶିଶୁକୁ ବୁଲୁଥିବାର ଦେଖିଥିଲେ । ଏହାପରେ ପଚରାଉଚରା କରିବା ପରେ ସେମାନଙ୍କର ଅନ୍ୟ ୩ ଶିଶୁ ଓ ସେମାନଙ୍କର ପିତା ମଧ୍ୟ ଗୁମ୍ଫାରେ ଫଶି ରହିଥିବା ଜଣାପଡ଼ିଥିଲା । ସାଧାରଣ ଭାବେ ଉକ୍ତ ଆଦି ସମ୍ପ୍ରଦାୟ ବାହାର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତି ନାହିଁ । ସେମାନେ ବନଜାତ ସାମଗ୍ରୀ ଉପରେ ନିର୍ଭର କରିବା ସହ ତାହାକୁ ସ୍ଥାନୀୟ ବଜାରରେ ବିକ୍ରି କରି ଚାଉଳ କିଣିଥାନ୍ତି । ଭୂସ୍ଖଳନ ହେବା କାରଣରୁ ସେମାନେ କୌଣସି ଭୋଜନ ପ୍ରାପ୍ତ କରିବାକୁ ଅସମର୍ଥ ଥିଲେ । ବହୁତ ବୁଝାସୁଝା କରିବା ପରେ ଶିଶୁମାନଙ୍କର ପିତା ତାଙ୍କର ପରିବାରକୁ ଅନ୍ୟ ସ୍ଥାନକୁ ନେବାକୁ ରାଜି ହୋଇଯାଇଥିଲେ । ଏହାପରେ ବନ କର୍ମଚରୀମାନେ ରସି ଓ କପଡ଼ା ଶିଶୁମାନଙ୍କୁ ବାନ୍ଧି ସୁରକ୍ଷିତ ଭାବେ ନେଇଆସିଥିଲେ । ଏହି କଠିନ ସଂଘର୍ଷ ସମୟର କିଛି ଫଟୋ ବନ ବିଭାଗ ପକ୍ଷରୁ ଜାରି କରାଯାଇଛି ।

Get real time updates directly on you device, subscribe now.