fbpx
BJD SKY
BJD SKY

ଅଧିକ ତାପମାତ୍ରା କେବଳ ଅଂଶୁଘାତ ନୁହେଁ ଏହି ୪ ରୋଗକୁ ବି କରିଥାଏ ଆମନ୍ତ୍ରଣ, କିପରି ରକ୍ଷା ପାଇବେ ଜାଣି ନିଅନ୍ତୁ

BJD

ଏବେ ସାରା ଦେଶରେ ଭୀଷଣ ତାତି ଅନୁଭୂତ ହେଉଛି । ପ୍ରାୟ ରାଜ୍ୟରେ ତାପମାତ୍ରା ୪୪ ପାଖାପାଖି ରହୁଛି । ତେବେ ତାପମାତ୍ରା ଯେତେ ବଢି ବଢି ଯାଇଥାଏ ବହୁ ରୋଗର ପ୍ରକୋପ ବି ସେତେ ସେତେ ବଢିି ଯାଇଥାଏ । ଗ୍ରୀଷ୍ମ ଋତୁରେ କେବଳ ଅଂଶୁଘାତ ପରି ସମସ୍ୟା ଦେଖାଯାଇ ନ ଥାଏ ବରଂ ୪ ଗୋଟି ଏପରି ରୋଗ ରହିଛି ଯାହା ସବୁଠୁ ଅଧିକ ଚିନ୍ତାରେ ପକାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ କିଛି ମାତ୍ରାରେ ସାବଧାନ ରହିଲେ ଏହିସବୁ ରୋଗରୁ ଆମେ ରକ୍ଷା ପାଇପାରିବା । ଏହି କ୍ରମରେ ଗରମରେ ହେଉଥିବା ୪ ଗୋଟି ସାଧାରଣ ରୋଗ ଓ ଏହାର ଲକ୍ଷଣ ବିଷୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞ କ’ଣ କହିଛନ୍ତି ଆସନ୍ତୁ ଜାଣିବା ।

ଫଙ୍ଗାଲ ଇନଫେକସନ୍:
ଖରାଦିନେ ଫଙ୍ଗାଲ ଇନଫେକସନ୍ ହେବା ଏକ ସାଧାରଣ କଥା । ଯେପରିକି ରିଙ୍ଗୱର୍ମ, ନଖରେ ସଂକ୍ରମଣ, ର୍ୟାସେସ୍ ଇତ୍ୟାଦି । ଏହି ସମସ୍ୟା ଶରୀରରେ ସେହି ସ୍ଥାନରେ ଦେଖାଦିଏ ଯେଉଁଠି ଝାଳ ବହୁ ସମୟ ଧରି ଜମା ହୋଇଯାଏ ଓ ଗରମରେ ଆର୍ଦ୍ରତା କାରଣରୁ ଫଙ୍ଗସ ସୃଷ୍ଟି ହୁଅନ୍ତି ।
ଲକ୍ଷଣ: ଶରୀରର ସେହି ସ୍ଥାନ ଲାଲ ପଡିଯିବା, କୁଣ୍ଡାଇ ହେବା ଏବଂ ଫୁଲିଯିବା ପରି ଲକ୍ଷଣ ପ୍ରକାଶ ପାଏ ।
ସୁରକ୍ଷା:
ଆପଣ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ସଂକ୍ରମଣ ନ ବ୍ୟାପିବା ଲାଗି ହାତକୁ ବାରମ୍ବାର ଧୋଇବା ଉଚିତ । ଷ୍ଟେରଏଡ୍ ବାଲା କ୍ରିମ୍ ବ୍ୟବହାର କରନ୍ତୁ ନାହିଁ । ଡାକ୍ତରଙ୍କ ପକ୍ଷରୁ ଦିଆଯାଇଥିବା କ୍ରିମ୍ ଓ ଲୋଶନ ବ୍ୟବହାର କରନ୍ତୁ ।

ଫୁଡ୍ ପଏଜନିଂ:
ତାପମାତ୍ରା ବଢିଯିବା ମାତ୍ରକେ ଗ୍ୟାଷ୍ଟ୍ରୋଏଣ୍ଟ୍ରାଇଟିସ୍ ଓ ଫୁଡ୍ ପଏଜନିଂ ପରି ସମସ୍ୟାର ସମ୍ଭାବନା ବଢିଯାଏ । ଏହି ରୋଗ ଖରାପ ଖାଦ୍ୟ କିମ୍ବା ପାଣି ପିଇବା ଯୋଗୁ ହୋଇଥାଏ । ଏହି ରୋଗ ଇ-କୋଲି କିମ୍ବା ସାଲମୋନେଲା ବ୍ୟାକ୍ଟେରିଆ କିମ୍ବା ନେରୋଭାଇରସ୍ କାରଣରୁୁ ହୋଇଥାଏ ।
ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଗରମ ଦିନେ ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ, ଅଧିକ କଠିନ ଖାଦ୍ୟ , ଆଲକୋହଲ୍, ଅଧିକ ସୁଗାର ଡ୍ରିଙ୍କସ୍, କାଫିନ୍ କିମ୍ବା ନିକୋଟିନ୍ ଯୁକ୍ତ ପାନୀୟ ଠାରୁ ଦୂରରେ ରହନ୍ତୁ । ସର୍ବଦା ଫ୍ରେସ୍ ଓ ସହଜରେ ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ । ପଇଡ ପାଣି, ଦହି ଭାତ, ସିଝା ଆଳୁ, ଫଳ ଓ ଜୁସ୍ ପିଅନ୍ତୁ । ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ ।

ଡିହାଇଡ୍ରେସନ୍:
ଖରାରେ ଦୀର୍ଘ ସମୟ ରହିବା କାରଣରୁ ଶରୀରରେ କୁଲିଂ ସିଷ୍ଟମ କାମ କରିବା ବନ୍ଦ କରି ଦେଇଥାଏ । ଏଥିରେ ଶରୀରରୁ ଝାଳ ଦେଇ ପାଣି ଓ ଲବଣ ଅଂଶ ବାହାରକୁ ଆସିଯାଏ । ଏହାଦ୍ୱାରା ହିଟ୍ଷ୍ଟ୍ରୋକ ଓ ଡିହାଇଡ୍ରେସନ ସମସ୍ୟା ଉପୁଜିଥାଏ । ଏହି ସମସ୍ୟା ଦେଖାଦେଲେ ଶରୀରର ତାପମାତ୍ରା ୧୦୩ ଡିଗ୍ରୀ ଫାରେନହାଇଟ୍ରୁ ଅଧିକ ହୋଇଯାଏ । ତ୍ୱଚାରେ ଲାଳ ଚକା ଚକା କଣ ସବୁ ଫଳିଯାଏ । ମୁଣ୍ଡବିନ୍ଧା, ମୁଣ୍ଡ ଘୁରାଇବା, କଥା କହିବାରେ ସମସ୍ୟା, ଚେତା ବୁଡିଯିବା, ଅଧିକ ଝାଳ ବୋହିବା, ବାନ୍ତି ଲାଗିବା, ଛାତି ଥରିବା ଆଦି ସମସ୍ୟା ଦେଖାଦେଇଥାଏ ।
ଯଦି ଆପଣ ଏହି ସମସ୍ୟାର ସାମ୍ନା କରୁଛନ୍ତି ତେବେ ତୁରନ୍ତ ପଇଡ ପାଣି , ଲେମ୍ବୁ ପାଣି, ବଟର ମିଲ୍କ ପିଅନ୍ତୁ । ଥଣ୍ଡା ପାଣିରେ ଗାଧୋଇବା ସହିତ ଏସି କିମ୍ବା କୁଲର ସାମ୍ନାରେ ବିଶ୍ରାମ ନିଅନ୍ତୁ ।

ସନବର୍ଣ୍ଣ:
ଖରାଦିନେ ସୂର୍ଯ୍ୟଙ୍କ ଉତ୍ତାପ ସଂସ୍ପର୍ଶରେ ଅଧିକ ସମୟ ରହିବା ଦ୍ୱାରା ଆମ ତ୍ୱଚାକୁ ବହୁତ କ୍ଷତି ପହଞ୍ଚିଥାଏ । ଏଥିରେ ତ୍ୱଚା ଜଳି ଯାଇଥାଏ । ଳାଲ କିମ୍ବା କଳା ପଡିଯାଏ । ବହୁ ଦିନ ପର୍ଯ୍ୟନ୍ତ ତ୍ୱଚାରେ ଏହି ଜ୍ୱଳନ ରହିଥାଏ । ତେଣୁ ଯେତେବେଳେ ବି ଖରାକୁ ବାହାରୁଛନ୍ତି ସନସ୍କ୍ରିନ୍ ଲୋଶନ ଲଗାନ୍ତୁ । ସକାଳ ୧୧ଟାରୁ ଦ୍ୱିପ୍ରହର ୪ଟା ପର୍ଯ୍ୟନ୍ତ ଘରୁ ବାହରନ୍ତୁ ନାହିଁ । ବାହାରକୁ ଯିବା ଜରୁରୀ ଥିଲେ ଶରୀରକୁ ଭଲ ଭାବରେ ଢାଙ୍କି କରି ଯାଆନ୍ତୁ । ପାଣି ଓ ଜୁସ୍ ପିଅନ୍ତୁ ।

 

Get real time updates directly on you device, subscribe now.