fbpx

ଶ୍ରୀମନ୍ଦିରରେ ଖୋଲିଲା ଚାରିଦ୍ୱାର, ବିଗିଡ଼ି ଯାଇଛି ଦର୍ଶନ ବ୍ୟବସ୍ଥା

Advertisement

ଭୁବନେଶ୍ୱର: ଓଡ଼ିଶାର କୃଷି ଭିତ୍ତିକ ପର୍ବ ଭାବରେ ରଜକୁ ପାଳନ କରାଯାଇଥାଏ । ଓଡ଼ିଶାରେ ଏହା ଗଣପର୍ବ ଭାବେ ପାଳନ କରାଯାଏ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ତିନିଦିନ ସରକାରୀ ଛୁଟି ଘୋଷଣା କରାଯାଇଛି । ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡୁଛି । ପ୍ରଚଣ୍ଡ ଖରାରେ ଧାଡିରେ ଛିଡ଼ା ହୋଇ ଅସ୍ତବ୍ୟସ୍ତ ହେଉଛନ୍ତି ଭକ୍ତମାନେ । ଅନେକ ସମୟ ଅପେକ୍ଷା କରି ମଧ୍ୟ ମନ୍ଦିର ଭିତରକୁ ପ୍ରବେଶ କଲା ପରେ ଶ୍ରୀଜିଉଙ୍କ ଦର୍ଶନ ମିଳୁନାହିଁ । ମୁଖ୍ୟଦ୍ୱାର ପାଖରୁ ଆରମ୍ଭ କରି ଭିତରେ ଥିବା ବାହାର କାଠ ପର୍ଯ୍ୟନ୍ତ ଭିଡ଼ରେ ଠେଲାପେଲା ହୋଇ ଅନେକ ସମସ୍ୟା ହେଉଛି । ଏହା ଦ୍ୱାରା ସାଧାରଣ ଭକ୍ତମାନେ ଠିକ୍ ଭାବରେ ଠାକୁରଙ୍କ ଦର୍ଶନ ନପାଇ ନିରାଶ ହୋଇ ଫେରୁଛନ୍ତି । ସେହିପରି ବାରମ୍ବାର ଶୃଙ୍ଖଳିତ ଦର୍ଶନର ଦାବି ସତ୍ତ୍ୱେ ମଧ୍ୟ ମନ୍ଦିର ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷପେ ନିଆଯାଉନାହିଁ ବୋଲି ଅଭିଯୋଗ ହେଉଛି । ସୁରକ୍ଷାକର୍ମୀ ଏହାକୁ ଦେଖି ଚୁପଚାପ ରହିଛନ୍ତି । ଜଗନ୍ନାଥପ୍ରେମୀ ଭକ୍ତଙ୍କ ଲାଗି ଚାରି ଦ୍ୱାର ଖୋଲି ରାଜ୍ୟ ସରକାର ଚୁପ ବସିଛନ୍ତି ବୋଲି କିଛି ଭକ୍ତ କହିଛନ୍ତି । ଏନେଇ ଶ୍ରଦ୍ଧାଳୁମାନେ ଦୁଃଖପ୍ରକାଶ କରିଛନ୍ତି । ମନ୍ଦିର ଭିତରେ ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କୌଣସି ବରିଷ୍ଠ ଅଧିକାରୀମାନେ ସେଠାକୁ ଯାଇନଥିବାର ଅଭିଯୋଗ ମଧ୍ୟ ହୋଇଛି । ଏହି ଭିଡ଼ କାରଣରୁ ଅନେକ ପରିବାର ସହ ଆସିଥିବା ବହୁ ଦୁରଦୂରାନ୍ତ ଭକ୍ତମାନେ ଫେରି ଯାଇଛନ୍ତିି । ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି କିଛି ଭକ୍ତ । ନଚେତ୍ ଭିଡ଼ରେ ଦଳାଚକଟା ହୋଇ ଅଘଟଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ।

 

Get real time updates directly on you device, subscribe now.