ସାବଧାନ! CDSCO ରିପୋର୍ଟରେ ବଡ ଖୁଲାସା, 4ଟି ଔଷଧ ନକଲି ଘୋଷିତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଔଷଧି ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ପକ୍ଷରୁ କେତେକ ଔଷଧର ମାନକ ଗୁଣାବତ୍ତା ବିଫଳ ହୋଇଥିବା ନେଇ ଲିଷ୍ଟ ଜାରି କରାଯାଇଛି । କ୍ୟାଲସିୟମ୍ ସପ୍ଲିମେଣ୍ଟ ସେଲକାଲ୍ ୫୦୦ ଏବଂ ପାନ୍ ଡି ସମେତ ଚାରୋଟି ଔଷଧର ନମୁନା ନକଲି ବୋଲି ପ୍ରମାଣିତ ହୋଇଛି । ୪9ଟି ମେଡିସିନ ମାନକ ଗୁଣବତ୍ତାରେ ବିଫଳ ହୋଇଥିବା ଦର୍ଶାଯାଇଛି । ମାନକ ଗୁଣବତ୍ତାରେ ବିଫଳ ହୋଇଥିବା ଔଷଧର କମ୍ପାନୀମାନେ ହେଲା ଆଲକେମ୍ ହେଲଥ ସାଇନ୍ସ, ଆରିଷ୍ଟୋ ଫାର୍ମାସିଟିକାଲ,ଇନୋଭା କ୍ୟାପଟେନ, କେମିଲା ଫାର୍ମାସିଟିକାଲ, ହିନ୍ଦୁସ୍ଥାନ ଆଣ୍ଟିବାୟୋଟିକ୍ସ ଏବଂ ଇଫ୍କୋ ଲାବ୍ରଟୋରୀ ଭଳି କମ୍ପାନୀ ସାମିଲ ରହିଛି ।

ମାସିକ ଲିଷ୍ଟ ଜାରି କରାଯାଇଥିବା ବେଳେ 49 ଔଷଧର ନମୁନା ନକଲି ବୋଲି ପ୍ରମାଣିତ ହୋଇଛି । ଅକ୍ସିଟୋସିନ୍, ମେଟ୍ରୋନିଡାଜୋଲ ଏବଂ ଫ୍ଲୁକୋନାଜୋଲକୁ ‘ଗୁଣବତ୍ତାର ଅଭାବ’ ତାଲିକାରେ ସାମିଲ କରାଯାଇଛି। ଅନେକ ଔଷଧ ନକଲି ବୋଲି ପ୍ରମାଣିତ ହୋଇଥିବା ବେଳେ କେନ୍ଦ୍ରୀୟ ଔଷଧି ମାନକ ନିୟନ୍ତ୍ରଣ ସଂଗଠନ ଏହା ଉପରେ ନଜର ରଖିଥାଏ । ଏହାକୁ ପ୍ରତ୍ୟାହାର କରିବାକୁ କୁହାଯାଇଥିଲା। ସମୁଦାୟ ନମୁନା ମଧ୍ୟରୁ କେବଳ ୧.୫ ପ୍ରତିଶତ ଔଷଧ କମ୍ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି। କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ଏହାର ଅଗଷ୍ଟ ରିପୋର୍ଟରେ ପାରାସିଟାମଲ୍, ପାନ୍ ଡି, କ୍ୟାଲସିୟମ୍ ଏବଂ ଭିଟାମିନ୍ ଡିଥ୍ରୀ ଏବଂ ଆଣ୍ଟି-ଡାଇବେଟିସ୍ ଔଷଧ ସମେତ ୫୦ ରୁ ଅଧିକ ଔଷଧର ନମୁନା ତାଲିକାଭୁକ୍ତ କରିଥିଲା।