fbpx

୪ ଜଣ MLA ଦଳ ଛାଡ଼ିଲେ: କଂଗ୍ରେସର ୨ ଓ NPPର ୨ ବିଧାୟକ ବିଜେପିରେ ସାମିଲ୍

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ଥିବାବେଳେ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତା’ ପୂର୍ବରୁ ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ତେବେ ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ଆଗକୁ ନିର୍ବାଚନ ଥିବାରୁ ଏବେଠାରୁ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହାମଧ୍ୟରେ ୪ ଜଣ ବିଧାୟକ ନିଜ ନିଜର ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଅରୁଣାଚଳ ପ୍ରଦେଶରେ କଂଗ୍ରେସଓ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)ର ଦୁଇଜଣ ଲେଖାଏଁ ବିଧାୟକ ପଦ୍ମ ଧରିଛନ୍ତି । ୪ ଜଣ ବିଧାୟକ ସାମିଲ ହେବା ଫଳରେ ବିଜେପିର ସଦସ୍ୟ ସଂଖ୍ୟା ୫୩ରେ ପହଞ୍ଚି ଯାଇଛି । କଂଗ୍ରେସ ବିଧାୟକ ନିନାନଙ୍ଗ ଏରିଙ୍ଗ, ଭାଙ୍ଗଲିନ ଲୋବାଙ୍ଗଡୋଙ୍ଗ ଓ ଏନପିପି ବିଧାୟକ ମୁଚ୍ଚୁ ମିଠୀ, ଗୋକର ବସର ଭାଜପାରେ ସାମିଲ ହୋଇଥିବା ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.