ବିଶ୍ୱ ରେକର୍ଡ ସୃଷ୍ଟି କଲା ୪ ମାସର ବିସ୍ମୟ ଶିଶୁ! ପଶୁ, ପକ୍ଷୀ, ପନିପରିବା ପରି ୧୨୦ ପ୍ରକାର ସାମଗ୍ରୀକୁ ସହଜରେ ଚିହ୍ନଟ କରିପାରୁଛି

ନୂଆଦିଲ୍ଲୀ: ସାଧାରଣ ଭାବେ ଦଶମ, ଯୁକ୍ତଦୁଇ ଓ ଯୁକ୍ତତିନିରେ ପଢ଼ୁଥିବା ପିଲାମାନେ କେତେ ପ୍ରକାରର ଜିନିଷ ମନେରଖି ପାରିବେ ଓ ଚିହ୍ନଟ କରିପାରିବେ? ଏଭଳି ସ୍ଥିତିରେ ଗୋଟିଏ ୪ ମାସର ଶିଶୁ କେତେ ପ୍ରକାର ଜିନିଷର ନାମ ମନେରଖି ପାରିବ? ଗୋଟିଏ ୪ ମାସର ଶିଶୁ ୫ଟି କି ୧୦ଟି ନୁହେଁ ୧୨୦ ପ୍ରକାରର ସାମଗ୍ରୀକୁ ସହଜରେ ଚିହ୍ନଟ କରିପାରୁଛି । ଏହି ବିସ୍ମୟ ଶିଶୁ ଏବେ ବିଶ୍ୱ ରେକର୍ଡ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସୂଚନା ମୁତାବକ, ଆନ୍ଧପ୍ରଦେଶର ନଦିଗାମା ସହରରେ ରହୁଥିବା ୪ ମାସର ଶିଶୁ କୌବଲ୍ୟା ତା’ର ଅବିଶ୍ୱସନୀୟ ପ୍ରତିଭାକୁ ନେଇ ବିଶ୍ୱ ରେକର୍ଡ କରିଛି । ଶିଶୁଟି ପଶୁ, ପକ୍ଷୀ, ପନିପରିବା, ଫଟୋ ଏପରି ୧୨୦ ପ୍ରକାର ପଦାର୍ଥକୁ ଚିହ୍ନଟ କରିପାରୁଛି । ଶିଶୁଟିର ଏହି ପ୍ରତିଭା ଦେଖି ତା’ର ମା’ ହେମା ଏକ ଭିଡିଓ ପ୍ରସ୍ତୁତ କରି ‘ ନୋବେଲ ୱାର୍ଲ୍ଡ’ ସଂସ୍ଥା ନିକଟକୁ ପଠାଇଥିଲେ । ଉକ୍ତ ଭିଡିଓକୁ ଯାଞ୍ଚ କରାଯିବା ପରେ ନୋବେଲ ୱାର୍ଲ୍ଡ ରେକର୍ଡସ ପକ୍ଷରୁ କୈବଲ୍ୟାକୁ ସ୍ୱତସ୍ତ୍ର ସାର୍ଟିଫିକେଟ ଓ ପଦକ ପ୍ରଦାନ କରାଯାଇଛି । ମାତ୍ର ୪ ମାସର ବୟସରେ ଶିଶୁଟି ମା’ କୋଳରେ ସାହାରା ଖୋଜୁଥିବା ବେଳେ ସେ ଧୀରେଧୀରେ କଥା କହିବା ଶିଖିଥାଏ ଓ ଦୁନିଆକୁ ନୂଆ କରି ଜାଣିଥ।।ଏ । ମାତ୍ର ଆନ୍ଧ୍ରପ୍ରଦେଶର ଏହି ଅଦ୍ଭୁତ ଶିଶୁ କୈବଲ୍ୟା ଏ କ୍ଷେତ୍ରରେ ସାଜିଛି ବ୍ୟତିକ୍ରମ । ତେବେ କୈବଲ୍ୟର ଏହି କାହାଣୀ ଅନ୍ୟ ପିତାମାତାଙ୍କୁ ସେମାନଙ୍କର ସନ୍ତାନଙ୍କର ପ୍ରତିଭାକୁ ଖୋଜିବା ଦିଗରେ ପ୍ରେରଣା ପ୍ରଦାନ କରିବ ।