fbpx

ଓଡ଼ିଶାରେ ଗଡ଼ିବ ଆଉ ୪ଟି ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର, ୧୨ ।୧୧(ଓଡିଶା ଭାସ୍କର): ପୂର୍ବତଟ ରେଳବାଇ ପକ୍ଷରୁ ଓଡ଼ିଶାରେ ଗଡ଼ିବ ଆଉ ୪ଟି ସ୍ବତନ୍ତ୍ର ଟ୍ରେନ୍‌ । ୧୫ରୁ ଚାଲିବ ବିଶାଖାପାଟଣା-ରାୟଗଡ଼ା-ବିଶାଖାପାଟଣା ଟ୍ରେନ୍‌ । ୧୬ରୁ ଚାଲିବ ପଲାସା-ବିଶାଖାପାଟଣା-ପଲାସା ଟ୍ରେନ୍‌ । ୧୬ରୁ ଚାଲିବ ପଲାସା-ଭୁବନେଶ୍ବର-ପଲାସା ସ୍ବତନ୍ତ୍ର ଏକ୍ସପ୍ରେସ୍ ।

ସେହିପରି ୧୫ରୁ ଚାଲିବ ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ସ୍ବତନ୍ତ୍ର ଏକ୍ସପ୍ରେସ୍‌ । ଅଳ୍ପ ଯାତ୍ରୀ ହେଉଥିବାରୁ ବାତିଲ ହେବ ୫ଟି ପାର୍ବଣ ବିଶେଷ ଟ୍ରେନ୍ । ଭୁବନେଶ୍ବର-ବାଙ୍ଗିରିପୋଷି ଟ୍ରେନ୍‌ ଆଜିଠୁ ବାତିଲ । ୧୩ରୁ ବାତିଲ ହେବ ପୁରୀ-ବଡ଼ବିଲ ପାର୍ବଣ ବିଶେଷ ଟ୍ରେନ ।

ପୁରୀ-ପାରାଦୀପ-ପୁରୀ ବିଶେଷ ଟ୍ରେନ ବି ଆଜିଠୁ ବାତିଲ । ବିଜୟୱାଡ଼ା-ବିଶାଖାପାଟଣା ପାର୍ବଣ ବିଶେଷ ଟ୍ରେନ ଆଜିଠୁ ବାତିଲ। ପୁରୀ-ହାଓଡ଼ା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ ମଧ୍ୟ ଆଜିଠୁ ବାତିଲ ହୋଇଛି ।

Get real time updates directly on you device, subscribe now.