fbpx

ଅକ୍ସିଜେନ ମାସ୍କ କାଢ଼ିଦେଲା ୱାର୍ଡ ବଏ, ଚାଲିଗଲା ୪ ବର୍ଷ ବାଳକର ଜୀବନ

ନୂଆଦିଲ୍ଲୀ: ଅକି୍ସଜେନ ମାସ୍କ କାଢ଼ିଦେବାରୁ ୪ ବର୍ଷ ବାଳକର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ନିଲୋଫର ହସ୍ପିଟାଲରେ । ଗତ ଶନିବାର ହସ୍ପିଟାଲର ୱାର୍ଡ ବଏ ଚିକିତ୍ସିିତ ହେଉଥିବା ଜଣେ ବାଳକର ଅକ୍ସିଜେନ ମାସ୍କକୁ ଅନ୍ୟ ଜଣେ ରୋଗୀଙ୍କୁ ଲଗାଇଥିଲେ ତାହାବି କେବଳ ୧୦୦ ଟଙ୍କା ଲାଞ୍ଚ ପାଇଁ । ଫଳରେ ଅଣନିଶ୍ୱାସୀ ହୋଇ ପିଲାଟିର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ହାଇଦ୍ରାବାଦ ବୋରାବନ୍ଦା ସହରର ଶେଖ୍ ଆଜମ୍ ତାଙ୍କ ପୁଅ ଶେଖ୍ ଖାଜାଙ୍କୁ ଚିକିତ୍ସା ପାଇଁ ନିଲୋଫର ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ତାଙ୍କର ଫୁସ୍ ଫୁସ୍ରେ ସମସ୍ୟା ରହିଥିଲା । ଡାକ୍ତର ଶେଖ୍ ଖାଜାଙ୍କୁ ଚିକିତ୍ସା କରିବା ସହ ଭେଣ୍ଟିଲେଟରେ ରଖିଥିଲେ । ତେବେ ହସ୍ପିଟାଲରେ କାମ କରୁଥିବା ୱାର୍ଡ ବଏ ଶୁଭାଷ ଭେଣ୍ଟିଲେଟରକୁ ଆସିଥିଲେ ଏବଂ ସେଠାରେ ଶେଖ୍ ଅଜାମଙ୍କ ବେଡ ନିକଟରେ ଥିବା ରୋଗୀଙ୍କ ଅନୁରୋଧରେ ୧୦୦ ଟଙ୍କା ଲାଞ୍ଚ ନେଇ ଉକ୍ତ ବାଳକ ଠାରୁ ଅକ୍ସିଜେନ ମାସ୍କ କାଢ଼ି ଅନ୍ୟ ରୋଗୀଙ୍କଠାରେ ଲଗାଇଦେଇଥିଲେ । ତେବେ ଅକ୍ସିଜେନ ମାସ୍କ ହଟାଇଦିଆଯିବାରୁ କିଛି ସମୟ ଭିତରେ ପିଲାର ମୃତ୍ୟୁ ହୋଇଯାଇଥିଲା ।

ସେପଟେ ପରିବାର ଲୋକ ହସ୍ପିଟାଲ ବାହାରେ ଧାରଣା ଦେବାସହ ୱାର୍ଡବଏ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧାରଣା ଦେଇଥିଲେ ଏହା ସହ ସେମାଦେ ନାମପଲ୍ଲୀ ଥାନାରେ ମଧ୍ୟ ଏକ ମାମଲା ରୁଜୁ କରିଛନ୍ତି । ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ୱାର୍ଡ ବଏକୁ ସସପେଣ୍ଡ କରିବା ସହ ଏହି ମାମଲାରୁ ତଦନ୍ତ ଚାଲୁଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.