fbpx

ମାଗଣା ବିଜୁଳି ପାଇଁ କ’ଣ ରହିଛି ଗାଇଡଲାଇନ ? ଜାଣନ୍ତୁ କିପରି ଉଠାଇବେ ଫାଇଦା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧ କୋଟି ପରିବାରକୁ ମାଗଣା ବିଜୁଳି ପ୍ରଦାନ କରିବା ଲକ୍ଷ୍ୟରେ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା’ର ଆରମ୍ଭ କରିଛନ୍ତି । ଏହି ଯୋଜନା ସମ୍ପର୍କରେ ଜନସାଧାରଣଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ମାର୍ଗଦର୍ଶିକା ଅନୁସାରେ, ଏହି ଯୋଜନା ପାଇଁ ଆବେଦନ କରିଥିବା ବ୍ୟକ୍ତିବିଶେଷ ଭାରତୀୟ ନାଗରିକ ହେବା ଆବଶ୍ୟକ ।

ଏଥିସହିତ ସୋଲାର ପ୍ୟାନେଲ ଲଗାଇବା ପାଇଁ ସମ୍ପୃକ୍ତ ନାଗରିକଙ୍କ ନିଜ ମାଲିକାନାରେ ଜମି ସହିତ ଉପଯୁକ୍ତ ଛାତ ଥିବ, ପରିବାର ପାଖରେ ବୈଧ ବିଦ୍ୟୁତ୍‍ ସଂଯୋଗ ଥିବା ମଧ୍ୟ ଆବଶ୍ୟକ ରହିଛି । ସେହିପରି ସୌର ପ୍ୟାନେଲ୍‍ ପାଇଁ ସମ୍ପୃକ୍ତ ପରିବାର ସରକାରଙ୍କ ଦ୍ୱାରା ଦିଆଯାଉଥିବା ଅନ୍ୟ କୌଣସି ସବ୍‍ସିଡି ପାଇ ନଥିବେ ବୋଲି ମାର୍ଗଦଶିକାରେ କୁହାଯାଇଛି ।

ଏହି ଯୋଜନା ପାଇଁ ଆଗ୍ରହୀ ଉପଭୋକ୍ତାମାନେ www.pmsuryaghar.gov.in ଜାତୀୟ ପୋର୍ଟାଲକୁ ଯାଇ ପଞ୍ଜୀକରଣ କରିବାକୁ ପଡିବ । ସୂଚନା ଅନୁଯାୟୀ, ଏହି ଯୋଜନାରେ ଏକ ପରିବାରପ୍ରତିମାସରେ ୩୦୦ ୟୁନିଟ୍‍ ବିଜୁଳି ମାଗଣାରେ ପାଇପାରିବେ । ଏଥିପାଇଁ କେନ୍ଦ୍ର ସରକାର ୭୫ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ।

Get real time updates directly on you device, subscribe now.