ଓଡ଼ିଶା ଭାସ୍କର: ରିଲାଏନ୍ସ ଜିଓ ଏବେ ୟୁଜରଙ୍କୁ ପୁଣିଥରେ ଆକୃଷ୍ଟ କରିବାକୁ ପ୍ରୟାସ ଜାରି ରଖିଛି । ଲଗାତାର ଶସ୍ତା ଏବଂ ଦମଦାର ରିଚାର୍ଜ ପ୍ଲାନ ଲଞ୍ଚ୍ କରି ମାର୍କେଟରେ କମାଲ କରୁଛି ଜିଓ । ମାସିକ ରିଚାର୍ଜ ପ୍ଲାନ ଏବଂ ସ୍ପେସାଲ ପ୍ଲାନରେ ରିଲାଏନ୍ସ ଜିଓ ସମସ୍ତ ୟୁଜରଙ୍କ ପାଇଁ ଅନେକ ପରିବର୍ତ୍ତନ କରୁଛି । କିନ୍ତୁ ବତ୍ତମାନ ଏକ ସ୍ପେସାଲ ରିଚାର୍ଜ ପ୍ଲାନରେ ସମସ୍ତ ୟୁଜରଙ୍କ ଧ୍ୟାନ ଆକର୍ଷଣ କରୁଛି ଟେଲିକମ୍ କମ୍ପାନୀ । ଏହି ପ୍ଲାନରେ ୟୁଜରଙ୍କୁ ମାଗଣା ଓଟିଟି ସବସ୍କ୍ରିପ୍ସନ ମିଳିବା ସହ ଡେଲି ଡାଟା ମଧ୍ୟ ମିଳିଥାଏ । ଖୁବ କମ୍ ମୂଲ୍ୟରେ ୟୁଜର ଏହାକୁ ରିଚାର୍ଜ କରାଇପାରିବେ ଏବଂ ମାଗଣାରେ ନେଟଫ୍ଲିକ୍ସର ମଜା ଉଠାଇପାରିବେ ।
ଶସ୍ତା ରିଚାର୍ଜ ପ୍ଲାନ ପାଇଁ ୟୁଜରଙ୍କ ବେଶ୍ ପସନ୍ଦ ପାଲଟିଛି ରିଲାଏନ୍ସ ଜିଓ । ଏହି ପ୍ଲାନଗୁଡ଼ିକରେ ମାଗଣା ଓଟିଟି ଆପ୍ସ ବ୍ୟବହାର କରିପାରିବେ ୟୁଜର । ଏହି ପ୍ଲାନରେ ୟୁଜରଙ୍କୁ ନେଟୱର୍କ ମିଳିବା ସାଙ୍ଗକୁ ମଧ୍ୟ ଶସ୍ତାରେ ମନୋରଞ୍ଜନ ପାଇଁ ମଧ୍ୟ ଅନେକ ସୁବିଧା ମିଳିପାରୁଛି । ଏଭଳି ଏକ ରିଚାର୍ଜ ପ୍ଲାନ ହେଉଛି ଜିଓର ‘୧୨୯୯ ଟଙ୍କା ପ୍ଲାନ’ । ଏହି ପ୍ଲାନରେ ୟୁଜର ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ପାଇପାରିବେ । ବିଶେଷ କରି ମାଗଣା ନେଟଫ୍ଲିକ୍ସ ପାଇବାର ସୁଯୋଗ ଏହି ପ୍ଲାନକୁ ଅଧିକ ଲୋକପ୍ରିୟ କରିପାରିଛି ।
୧୨୯୯ ଟଙ୍କା ରିଚାର୍ଜ ପ୍ଲାନରେ ୟୁଜରଙ୍କୁ ୮୪ ଦିନର ଭ୍ୟାଲିଡିଟି ମିଳିଥାଏ । ଏଥିରେ ୟୁଜର ଯେକୌଣସି ନେଟୱର୍କକୁ ଅନଲିମିଟେଡ କଲିଙ୍ଗ ସୁବିଧା ପାଇଥାନ୍ତି । ଏହାସହିତ ପ୍ରତିଦିନ ୨ ଜିବି ଡାଟା ପ୍ରଦାନ କରୁଛି ରିଲାଏନ୍ସ ଜିଓର ଏହି ଦମଦାର ପ୍ଲାନ । ଅର୍ଥାତ୍ ୮୪ ଦିନରେ ମୋଟ ୧୬୮ ଜିବି ଡାଟା ପାଇପାରିବେ ୟୁଜର । ଏହାବ୍ୟତୀତ ୫ଜି ୟୁଜର ଏହି ପ୍ଲାନରେ ଅନଲିମିଟେଡ ୫ଜି ଡାଟା ପାଇପାରିବେ ।
ତେବେ ଏହି ପ୍ଲାନରେ ୟୁଜରଙ୍କୁ ବେଶ୍ ଆକୃଷ୍ଟ କରିଛି ମାଗଣା ନେଟଫ୍ଲିକ୍ସର ସୁବିଧା । ଏହି ପ୍ଲାନରେ ଜିଓ ୮୪ ଦିନ ପାଇଁ ୟୁଜରଙ୍କୁ ମାଗଣା ନେଟଫ୍ଲିକ୍ସ ବ୍ୟବହାର କରିବାର ସୁବିଧା ଦେଇଥାଏ । ମୋବାଇଲରେ କୌଣସି ଅତିରିକ୍ତ ଟଙ୍କା ଖର୍ଚ୍ଚ ନ କରି ନୂଆ ସିନେମା, ୱେବ ସିରିଜ ଏବଂ ଅନ୍ୟାନ୍ୟ କଣ୍ଟେଣ୍ଟ ଦେଖିପାରିବେ ୟୁଜର । ଏହାବ୍ୟତୀତ ୟୁଜରଙ୍କୁ ଅନ୍ୟ ପ୍ଲାନ ଭଳି ଏହି ପ୍ଲାନରେ ମଧ୍ୟ ଜିଓର ସମସ୍ତ ପ୍ଲାଟଫର୍ମ ପାଇଁ ଆକ୍ସେସ ମିଳିପାରିବ । ଏହି ପ୍ଲାନରେ ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ ଭଳି ପ୍ଲାଟଫର୍ମକୁ ମାଗଣା ଆକ୍ସସ ଦେଇଥାଏ ରିଲାଏନ୍ସ ଜିଓର ଏହି ପ୍ଲାନ ।