fbpx

ଆଜିଠାରୁ ବଣ୍ଟାଯିବ ମାଗଣା ରାସନ: ୩ କିଲୋ ଗହମ ଓ ୨ କିଲୋ ଚାଉଳ ପାଇଁ ନିର୍ଦ୍ଦେଶ

Advertisement

ଲଖନଉ: ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନା ଅଧିନରେ ଏପ୍ରିଲ ୨ରୁ ଏପ୍ରିଲ୧୦ ପର୍ଯ୍ୟନ୍ତ ରାସନ ବଣ୍ଟାଯିବ । ରାସନ କାର୍ଡଧାରୀଙ୍କୁ ପୋର୍ଟେବିଲିଟି ଅଧୀନରେ ରାସନ ପାଇବା ପାଇଁ ସୁବିଧା ରହିବ ଏବଂ ପୋର୍ଟେବିଲିଟି ଚାଲାଣ ଜାରି କରିବାର ସୁବିଧା ୬ ଓ ୭ ଏପ୍ରିଲରେ ଉପଲବ୍ଧ ହେବ । ଏହି ସମ୍ବନ୍ଧରେ ରାଜ୍ୟ ଖାଦ୍ୟ କମିଶନର ସୌରଭ ବାବୁ ଶୁକ୍ରବାର ଦିନ ଜରୁରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଏଥିରେ ଅନ୍ନୋଦୟ ଓ ପାତ୍ର ଗୃହସ୍ଥି ରାସନକାର୍ଡଧାରୀଙ୍କୁ ୫ କିଲୋ ରାସନ ମାଗଣାରେ ଯୋଗାଇଦିଆଯିବ, ଯେଉଁଥିରେ ୩ କିଲୋ ଗହମ ଓ ୨ କିଲେ ଚାଉଳ ରହିଛି । ଅତିରିକ୍ତ ଖାଦ୍ୟ କମିଶନର ଅନୀଲ କୁମାର ଦୁବେ କହିଛନ୍ତି ଯେ, ଏପ୍ରିଲ ୧୦ ରେ ଆଧାର ପ୍ରାମାଣିକରଣ ମାଧ୍ୟମରେ ରାସନ ମିଳିପାରି ନଥିବା ଉପଭୋକ୍ତାଙ୍କୁ ମୋବାଇଲ ଓଟିପି ଭେରିଫିକେସନ ମାଧମରେ ବିତରଣ କରାଯିବ । କୌଣସି ଯୋଗ୍ୟ ପ୍ରାର୍ଥୀ ଏଥିରୁ ଯେପରି ବଞ୍ଚିତ ନହୁଅନ୍ତି, ସେନେଇ ଧ୍ୟାନ ଦିଆଯିବ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମଜିକେୟାଇ ଅଧିନରେ ୬ ମାସ ପାଇଁ ମାଗଣା ରାସନ ଦେବାକୁ ଘୋଷଣା କରିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଜାତୀୟ ଖାଦ୍ୟ ନିରାପତ୍ତାର ଖାଦ୍ୟଶସ୍ୟକୁ ତିନି ମାସ ମାଗଣାରେ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.