ମାଗଣା ପାଠପଢ଼ା ପାଇଁ ସୂବର୍ଣ୍ଣ ସୁଯୋଗ… SATHEE ଦେଉଛି ସରକାରୀ ଚାକିରିର ଗ୍ୟାରେଣ୍ଟି ସହିତ ଅନେକ କିଛି ସୁବିଧା

ଓଡ଼ିଶା ଭାସ୍କର: ଛାତ୍ରଛାତ୍ରୀ ହୁଅନ୍ତୁ ଅବା ଅଭିଭାବକ, ସମସ୍ତଙ୍କ ଇଚ୍ଛା ଗୋଟେ ଭଲ ସରକାରୀ ଚାକିରି କରିବା । ଆଜିକାଲି ବ୍ୟାଙ୍କ୍ ସେକ୍ଟର, କ୍ଲରିକାଲ ଏବଂ ଅଫିସର ର୍ୟାଙ୍କ ଜବ୍ ପାଇଁ ବହୁ କୋଚିଂ ସେଣ୍ଟରମାନ ରହିଛି । କିନ୍ତୁ ଦିନୁକ ଦିନ କୋଚିଂ ସେଣ୍ଟରଗୁଡ଼କର ଫି’ ମଧ୍ୟ ବଢ଼ିବାରେ ଲାଗିଲାଣି, ଯାହାକୁ ଭରିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପକ୍ଷେ ସହଜ ହେଉନାହିଁ । ଏ ପ୍ରକାର ସମସ୍ୟାରୁ ମୁକ୍ତି ପାଇଁ ଆସିଛି ଏକ ନିଃଶୁଳ୍କ ଅନ୍ଲାଇନ୍ ପ୍ଲାଟଫର୍ମ ଯାହା ମାଗଣାରେ ଆଗ୍ରହୀ ପିଲାଙ୍କୁ ପାଠ ପଢ଼ିବାର ସୁଯୋଗ ଦେବ । ଯଦି ଆପଣ ଇଞ୍ଜିନିୟରିଂ, ମେଡିକଲ, ବ୍ୟାଙ୍କିଙ୍ଗ, ଏସଏସସି ପରୀକ୍ଷା ଦେବାକୁ ଚାହୁଁଚନ୍ତି ତେବେ ଆପଣଙ୍କୁ ଏହି ଅନଲାଇନ୍ ପ୍ଲାଟଫର୍ମ ସାହାଯ୍ୟ କରିବ ।

SATHEE ଶିକ୍ଷା ମନ୍ତ୍ରଣାଳୟ ଏବଂ ଆଇଆଇଟି କାନପୁର ଦ୍ୱାରା ବିକଶିତ ନିଃଶୁଳ୍କ ଅନ୍ଲାଇନ୍ ପ୍ଲାଟଫର୍ମ । ଯାହା ଜରିଆରେ ଇଞ୍ଜିନିୟରିଂ, ମେଡିକାଲ, ଏସଏସସି, ବ୍ୟାଙ୍କିଙ୍ଗ, ଆଇସିଏଆର୍, ସିୟୁଇଟି ଭଳି ପରୀକ୍ଷା ପାଇଁ ଏହି ଅନ୍ଲାଇନ୍ ପ୍ଲାଟଫର୍ମ ପ୍ରସ୍ତୁତ ହେବା ପାଇଁ ସାହାଯ୍ୟ କରିବ । SATHEE ଜରିଆରେ ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ଭିଡିଓରେ କ୍ଲାସ କରିବାକୁ ପଡ଼ିବ । ଏ ଭିଡିଓ ସବୁ ବିଶେଷଜ୍ଞଙ୍କ ଦ୍ୱାରା ତିଆରି କରାଯାଇଛି । ପରୀକ୍ଷାର ପାର୍ଟନ ବୁଝିବା ପାଇଁ ଏବଂ ପ୍ରାକ୍ଟିସ୍ କରିବା ପାଇଁ ମକ୍ ଟେଷ୍ଟ ଉପଲବ୍ଧ । ସୋମବାରଠାରୁ ଶନିବାର ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲାଇଭ୍ ଡାଉଟ୍ କ୍ଲିୟର କ୍ଲାସ କରାଯିବ । ଫିଜିକ୍ସ, କେମେଷ୍ଟ୍ରି ଏବଂ ମ୍ୟାଥ୍, ବାୟୋଲୋଜି ବିଷୟକୁ ନେଇ ଡାଉଟ୍ କ୍ଲିୟର କ୍ଲାସ ହେବ । ପରୀକ୍ଷା ସମୟରେ ମଧ୍ୟ SATHEE ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ । ପିଲାମାନେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଯେଉଁ ସବୁ ସୁବିଧାର ଅବଶ୍ୟକତା ପଡ଼େ ସେଗୁଡିକୁ ଏହି ପ୍ଲାଟଫର୍ମ ସହଜରେ ଯୋଗାଇଥାଏ । ମାଗଣାରେ ପାଠ ପଢ଼ିବା ପାଇଁ ଇଚ୍ଛୁକ ବ୍ୟକ୍ତି SATHEE ର ଅଫିସିଆଲ ୱେବସାଇଟକୁ ଯାଇ ରେଜିଷ୍ଟରରେ ନାମ ରେଜିଷ୍ଟର କରିପାରିବେ । SATHEE ସାହାଯ୍ୟରେ ଅନେକ ନିଜ ସ୍ୱପ୍ନ ପୂରା କରିବା ସହ ପରିବାର ଲୋକଙ୍କ ଆଶା ପୁରଣ କରିପାରିବେ ।