fbpx

ପ୍ରଧାନମନ୍ତ୍ରୀଙ୍କ ଉପରେ ଫେସବୁକରେ କରିଥିଲେ ଅଭଦ୍ର ଟିପ୍ପଣୀ, ଯାଚିକା ରଦ୍ଧ କଲେ କୋର୍ଟ

ଆଲାହାବାଦ ହାଇକୋର୍ଟ ବ୍ୟକ୍ତିଙ୍କ କହିବାର ସ୍ୱତନ୍ତ୍ରତା ଉପରେ ଟିପ୍ପଣୀ କରିବା ସହ, କହିବାର ସ୍ୱତନ୍ତ୍ରତାକୁ ନେଇ ଜଣେ ବ୍ୟକ୍ତିଙ୍କ ବିରୋଧରେ ହୋଇଥିବା ଏଫଆଇଆରକୁ ରଦ୍ଧ କରିବାକୁ ମନା କରିଛନ୍ତି । ଆଲାହାବାଦ ହାଇକୋର୍ଟ କହିଛନ୍ତି ଯେ କହିବାର ସ୍ୱତନ୍ତ୍ରତା କୌଣସି ବ୍ୟକ୍ତିଙ୍କୁ ଦେଶର ନାଗରିକଙ୍କ ବିରୋଧରେ ଅଭଦ୍ର ଭାଷାର ବ୍ୟବହାର କିମ୍ବା ପୁଣି ଆପତ୍ତିଜନକ ଟିପ୍ପଣୀ କରିବାର ଅନୁମତି ଦେଉନାହିଁ । ଖାସ କରି ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ କିମ୍ବା ସରକାର ହୁଅନ୍ତୁ ବା’ କେହି ଅନ୍ୟ ମନ୍ତ୍ରୀ ହୁଅନ୍ତୁ କାହା ବିଷୟରେ ଏଭଳି ଅଭଦ୍ର ଶବ୍ଦ ବ୍ୟବହାର କରିବାକୁ ଅନୁମତି ଦେଉନାହିଁ ।

ଆଲାହାବାଦ ହାଇକୋର୍ଟ ଏହି ଟିପ୍ପଣୀ ମୁମତାଜ ମନ୍ସୁରୀଙ୍କ ଯାଚିକା ଉପରେ ଶୁଣାଣି କରି କହିଛନ୍ତି । ମୁମତାଜ ମନ୍ସୁରୀ ନିଜ ବିରୋଧରେ ହୋଇଥିବା ଏଫଆଇଆରକୁ ରଦ୍ଧ କରିବା ପାଇଁ କହିଥିଲେ । ମୁମତାଜଙ୍କ ଉପରେ ଅଭିଯୋଗ ହୋଇଛି ଯେ ସେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଫେସବୁକ୍ ପୋଷ୍ଟରେ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିଲେ ।

କୋର୍ଟରେ ଜଷ୍ଟିସ ଅଶ୍ୱିନୀ ମିଶ୍ରା ଏବଂ ଜଷ୍ଟିସ ରାଜେନ୍ଦ୍ର କୁମାର, ମୁମତାଜ ମନ୍ସୁରୀଙ୍କ ଯାଚିକା ଉପରେ ଶୁଣାଣି କରିଥିଲେ । ଏହି ମାମଲାରେ ରୁଜୁ ହୋଇଥିବା ଏଫଆଇଆର ଅନୂଯାୟୀ, ଯାଚିକାକର୍ତ୍ତାଙ୍କ ଫେସବୁକ୍ ଆଇଡିରୁ ପିଏମ ମୋଦୀ, ଗୃହମନ୍ତ୍ରୀ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅନେକ ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଥିଲା ।

Get real time updates directly on you device, subscribe now.