fbpx

ବିନା ବିଜୁଳିରେ କାମ କରୁଛି ଏହି ଫ୍ରିଜ୍, ୧ ବର୍ଷ ଯାଏ ଖାଇବା ରହିବ ଥଣ୍ଡା; ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଓଡ଼ିଶା ଭାସ୍କର ବ୍ୟୁରୋ: ବଜାରରେ ବର୍ତ୍ତମାନ ଅନେକ ପ୍ରକାରର ଫ୍ରିଜ୍ ଉପଲବ୍ଧ ହେଲାଣି । ସିଙ୍ଗଲ ଏବଂ ଡବଲ୍ ଡୋଜ୍ ବ୍ୟତୀତ ବହୁ ଫିଚର୍ ସହିତ ଫ୍ରିଜ୍ ବଜାରରେ ବିକ୍ରି ହେଉଛି । ସେଥିମଧ୍ୟରୁ ଅନେକ ଫ୍ରିଜ୍ ଆମକୁ ଭଲ ସୁବିଧା ପ୍ରଦାନ କରନ୍ତି ତ ଆଉ କିଛିର ଲୁକ୍ ଆମକୁ ଆଟ୍ରାକ୍ କରେ । ତେଣୁ ବିଭିନ୍ନ ପ୍ରକାରର ଆବଶ୍ୟକତା ଅନୁସାରେ ବଜାରରେ ଫ୍ରଜ୍ ଉପଲବ୍ଧ ରହିଛି । ବର୍ତ୍ତମାନ ୟୁକେରେ ଗରମ ଅଧିକ ମାତ୍ରାରେ ପଡ଼ୁଛି ତେଣୁ କୁଲିଂ ଇକ୍ୟୁପମେଣ୍ଟ୍ ର ଆବଶ୍ୟକତା ଏଠାରେ ଖୁବ୍ ବଢ଼ିଯାଇଛି ।

ତେବେ ନିକଟରେ ଡଚ୍ କମ୍ପାନୀ ଏକ ଏମିତି ଫ୍ରିଜ୍ ଲଞ୍ଚ କରିଛି ଯାହା ବିଷୟରେ ଆପଣ ମାନେ ଶୁଣିଲେ ନିଜ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ଏକ ବର୍ଷ ପର୍ଯ୍ୟନ୍ତ କୁଲିଂ ଗ୍ୟାରେଣ୍ଟି ଦେଇଥାଏ । ଏହାକୁ ଅଣ୍ଡରଗ୍ରାଉଣ୍ଡରେ ରଖାଯାଇପାରେ । ଏଥିସହ ଏହାର କ୍ଷମତା ହେଉଛି ୩ ହଜାର ଲିଟର୍ । ତେବେ କମ୍ପାନୀ ପକ୍ଷରୁ ଏହି ପ୍ରିଜ୍ ର ନାମ ଗ୍ରାଉଣ୍ଡ ଫ୍ରିଜ୍ ଭାବରେ ବଜାରରେ ଉପଲବ୍ଧ କରାଉଛି । ଏହାର ଖାସିୟତ୍ ହେଉଛି ଫ୍ରିଜ୍ ଟି ବିନା ବିଜୁଳିରେ ୧୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଥଣ୍ଡା ରଖିଥାଏ ।

ପୁରୁଣା ସମୟରେ ଏହିପରି ଭାବେ ଅଣ୍ଡରଗ୍ରାଉଣ୍ଡ ଫ୍ରିଜ୍ କାମ କରୁଥିଲା । କାରଣ ସେତେବେଳେ ଟେକ୍ନୋଲୋଜି ଏତେ ମାତ୍ରାରେ ବିକଶିତ ହୋଇନଥିଲା ।
ଅଣ୍ଡରଗ୍ରାଉଣ୍ଡ ଫ୍ରିଜ୍ ଟି ବ୍ୟାଟେରୀ ଦ୍ୱାରା ପରିଚାଳିତ । ତେଣୁ ଏହାକୁ ଚଳାଇବା ପାଇଁ ବିଜୁଳିର ଆବଶ୍ୟକତା ପଡ଼େ ନାହିଁ । ବିଜୁଳି ଚାଲିଗଲେ ବି ଖାଦ୍ୟ ଥଣ୍ଡା ରହିଥାଏ । ଆପଣ ମାନେ ଏହା ଭିତରେ ୱାଇନ୍, ପନିପରିବା, ଖାଦ୍ୟ ସବୁକିଛି ଷ୍ଟୋର୍ କରି ରଖିପାରିବେ । ବିଶେଷ କଥା ହେଉଛି ଏହା ଭିତରକୁ ଯିବା ପାଇଁ ସିଡି କରାଯାଇଛି ।

ଏଥିରେ ଦୁଇ ଜଣ ଆରାମରେ ପ୍ରବେଶ କରିପାରିବେ । ଆପଣ ମାନେ ଏହାକୁ ବଗିଚା ନଚେତ୍ ଘରେ ମଧ୍ୟ ଇନଷ୍ଟଲ୍ କରିପାରିବେ । ଏହାକୁ ଖୁବ୍ ସହଜରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନିଆଯାଇପାରିବ । ବର୍ତ୍ତମାନ ଏହାକୁ ନେଇ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା ହେଉଛି । ଏହାର ଦାମ୍ ୧୫ ଲକ୍ଷ ପର୍ଯ୍ୟନ୍ତ ରଖାଯାଇଛି ।

Get real time updates directly on you device, subscribe now.