ସ୍ତ୍ରୀର ସାଙ୍ଗ ଉପରେ ପଡିଲା ଲୋଲୁପ ଦୃଷ୍ଟି, ଭିଡିଓ ଭାଇରାଲ କରିଦେବ କହି ରଖିଥିଲା ଶାରୀରିକ ସମ୍ପର୍କ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଭଦୋହୀରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ସାଙ୍ଗର ସ୍ତ୍ରୀକୁ ବ୍ଲାକମେଲ ଏବଂ ଦୁଷ୍କର୍ମ ଅଭିଯୋଗ ହୋଇଛି । 21 ବର୍ଷୀୟ ଯୁବକକୁ ଗିରଫ କରିଛି ପୋଲିସ୍ ।

ପୋଲିସର କହିବା ଅନୁସାରେ, ସାଙ୍ଗର ସ୍ତ୍ରୀକୁ ଦୁଷ୍କର୍ମ ଏବଂ ଅଶ୍ଲୀଳ ଭିଡିଓ କରି ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଛି । 19 ବର୍ଷୀୟ ନବବିବାହିତା ଥାନାରେ ଏନେଇ ଏତଲା ଦେଇଥିଲେ ।

ଖବର ଅନୁସାରେ, ନବବିବାହିତା ସେହି ସମୟରେ ବାପ ଘରକୁ ଯାଇଥିଲେ । ଗାଧୋଇବା ସମୟରେ ସାଙ୍ଗ ଭିଡିଓ କରିଥିଲା । ଏହାପରେ ଭିଡି ଜରିଆରେ ସାଙ୍ଗ ବ୍ଲାକମେଲ କରିବା ଆରମ୍ଭ କରିଥିଲା । ଯୌନ ଶୋଷଣ କରିବା ସହିତ ଟଙ୍କା ମଧ୍ୟ ଆଦାୟ କରିଛନ୍ତି ।

ପୋଲିସର କହିବା ଅନୁସାରେ, ଆଇପିସି ଧାରା 64 ଅନୁଯାୟୀ ମାମଲା ଦାୟର ହୋଇଛି । ଭିଡିଓ ସାର୍ବଜନିନ କରିବାର ଧଗମକ ଦେଇ ଲଗାତାର ଶୋଷଣ କରୁଥିଲେ ।

ସୋମବାର ଦିନ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ମାମଲାର ଯାଞ୍ଚ ଜାରି ରହିଛି । ଏହି ଘଟଣାରେ ପୀଡିତାଙ୍କର ସ୍ବାମୀଙ୍କର କୌଣସି ପରିଚୟ ମିଳିପାରି ନାହିଁ । ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।