fbpx

ଯୁବତୀଙ୍କ ସହିତ କେବଳ ବନ୍ଧୁତା ରହିଥିଲେ ଶାରୀରିକ ସମ୍ପର୍କ ପାଇଁ ସହମତି ଅଛି ଭାବିବା ଠିକ୍ ନୁହେଁ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ଜଣେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ଓ ଯୌନ ସମ୍ବନ୍ଧ ସ୍ଥାପନ ସହମତିକୁ ନେଇ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି । ଜଣେ ଯୁବତୀ ଅନ୍ୟ ଜଣେ ଯୁବକଙ୍କ ସହିତ ବନ୍ଧୁତା ସ୍ଥାପନ କରିପାରନ୍ତି । ମାତ୍ର ଏ କ୍ଷେତ୍ରରେ ଯୁବତୀ ଜଣଙ୍କ ଯୁବକଙ୍କ ସହ ଶାରୀରିକ ସମ୍ପର୍କ ନେଇ ସହମତି ପ୍ରକାଶ କରିନଥାନ୍ତି । ଯୁବତୀଙ୍କ ସହିତ ଜୋରଜବରଦସ୍ତି କରିବା ଅପରାଧ ଅଟେ । ଗତ ୨୪ ତାରିଖରେ ଜଷ୍ଟିସ ଭାରତୀ ଡାଙ୍ଗରେଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଏହି ମନ୍ତବ୍ୟ ପ୍ରଦାନ କରିଛନ୍ତି ।

ଜଣାପଡ଼ିଛି ଯେ, ଅଭିଯୁକ୍ତ ଜଣଙ୍କ ଜଣେ ମହିଳାଙ୍କ ସହିତ ବନ୍ଧୁତା କରିଥିଲେ । ତା’ପରେ ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଏହାପରେ ମହିଳା ଜଣଙ୍କ ଗର୍ଭବତୀ ହୋଇଥିଲେ । ଏହି ମାମଲାରେ କୋର୍ଟ ଅଭିଯୁକ୍ତଙ୍କ ଆଗୁଆ ଜାମିନ୍ ୟାଚିକା ଖାରଜ କରିଦେଇଥିଲେ ।

ମହିଳାଙ୍କ ମୁତାବକ, ଯୁବକଙ୍କ ସହିତ ତାଙ୍କର କେବଳ ବନ୍ଧୁତା ରହିଥିଲା । ଏହାପରେ ଯୁବକ ଜଣଙ୍କ ବିବାହର ପ୍ରତିଶ୍ରୁତି ଦେଇ ଯୌନ ସମ୍ବନ୍ଧ ସ୍ଥାପନ କରିବାକୁ କହିଥିଲେ । ମାତ୍ର ମହିଳା ଜଣଙ୍କ ଏଥିରେ ରାଜି ନ ହେବାରୁ ଯୁବକ ଜଣଙ୍କ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଏହାପରେ ମହିଳା ଜଣଙ୍କ ଗର୍ଭବତୀ ହୋଇଥିଲେ ଓ ଯୁବକ ଜଣଙ୍କର ବିବାହ କରିବାକୁ ମନା କରିଦେଇଥିଲେ ।

ଏନେଇ ଅଭିଯୁକ୍ତଙ୍କ ପକ୍ଷରୁ କୁହାଯାଇଛି, ଶାରୀରିକ ସମ୍ପର୍କ ନେଇ ମହିଳାଙ୍କର ସହମତି ରହିଥିଲା । ତେବେ ଏନେଇ କୋର୍ଟ କହିଛନ୍ତି, କୌଣସି ଯୁବତୀଙ୍କ ସହିତ କେବଳ ବନ୍ଧୁତ୍ୱ ସମ୍ପର୍କ ରହିଥିଲେ ଯୁବକମାନେ ଏ କ୍ଷେତ୍ରରେ ଯୁବତୀଙ୍କୁ ହାଲୁକାରେ ନେବା ଅନୁଚିତ । ବନ୍ଧୁତ୍ୱ ବାହାନାରେ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଯୁବତୀଙ୍କ ସହମତି ନଥାଏ । ତେବେ ଅଭିଯୁକ୍ତଙ୍କ ବିରୋଧରେ ଅଧିକ ତଦନ୍ତ କରିବା ଜରୁରୀ ବୋଲି କୋର୍ଟ କହିଛନ୍ତି ।

Get real time updates directly on you device, subscribe now.