ବୀରୁ ଓ ଯୁବିଙ୍କ ବ୍ୟାଟ୍ ରୁ ଦେଖିବାକୁ ମିଳିବ ଚୌକା-ଛକା, ଏହି ଲିଗରେ ଦମ୍ ଦେଖାଇବ ଇଣ୍ଡିଆ ମହାରାଜ

ନୂଆଦିଲ୍ଲୀ : ଜାନୁଆରୀ ୨୦ରେ ଓମାନରେ ଆରମ୍ଭ ହେଉଛି ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍(ଏଲଏଲସି)। ବୀରେନ୍ଦ୍ର ସେହ୍ଵାଗ ଓ ଯୁବରାଜ ସିଂହଙ୍କ ପରି ବ୍ୟାଟସମ୍ୟାନଙ୍କ ବ୍ୟାଟ୍ ରୁ ଦେଖିବାକୁ ମିଳିବ ଚୌକା ଓ ଛକା ବର୍ଷା । ଇଣ୍ଡିଆ ମହାରାଜ ତରଫରୁ କରିବେ ବୀରେନ୍ଦ୍ର ସେହ୍ଵାଗ, ଯୁବରାଜ ସିଂହ ଏବଂ ହରଭଜନ ସିଂହଙ୍କ ପରି ଅନେକ ପୂର୍ବତନ ଖେଳାଳି ଭାରତର ପ୍ରତିନିଧିତ୍ଵ କରିବେ । ଏଲଏଲସି ହେଉଛି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା କ୍ରିକେଟରଙ୍କ ଏକ ପେଶାଦାର ଲିଗ୍ ।

ସେହ୍ଵାଗ, ଯୁବରାଜ ଓ ହରଭଜନ ସିଂହଙ୍କ ବ୍ୟତୀତ ଇଣ୍ଡିଆ ମହାରାଜ ଦଳରେ ଇର୍ଫାନ ପଠାନ, ୟୁସୁଫ ପଠାନ, ବଦ୍ରିନାଥ, ଆରପି ସିଂହ, ପ୍ରଜ୍ଞାନ ଓଝା, ନମନ ଓଝା, ମନପ୍ରୀତ ଗୋନି, ହେମଙ୍ଗ ବଦାନୀ, ବେଣୁଗୋପାଳ ରାଓ, ମୁନାଫ ପଟେଲ୍, ସଞ୍ଜୟ ବାଙ୍ଗର, ନୟନ ମୋଙ୍ଗିଆ ଓ ଅମିତ୍ ଭଣ୍ଡାରୀଙ୍କ ପରି ପୂର୍ବତନ ଖେଳାଳି ସାମିଲ୍ । ଲିଜେଣ୍ଡ ଲିଗ୍ କ୍ରିକେଟର ଦୁଇଟି ଅନ୍ୟ ଦଳ ହେଉଛନ୍ତି ଏସିଆ ଏବଂ ଅବଶିଷ୍ଟ ବିଶ୍ଵ । ପୂର୍ବତନ ଭାରତୀୟ କୋଚ୍ ରବି ଶାସ୍ତ୍ରୀ ଏହି ଲିଗର ଆୟୁକ୍ତ ଅଛନ୍ତି ।

ଏସିଆ ଲାୟନ୍ସ ନାମରେ ଏସିଆ ଦଳରେ ପାକିସ୍ତାନ ଓ ଶ୍ରୀଲଙ୍କାର ପୂର୍ବତନ ଖେଳାଳି ସୋଏବ ଅଖତାର, ଶାହିଦି ଆଫ୍ରିଦି, ସନଥ ଜୟସୁରିୟା, ମୁଥେୟା ମୁରଲୀଧରଣ, କମ୍ରାନ ଆକମଲ, ଚାମିଣ୍ଡା ଭାସ୍, ରୋମେଶ କାଲୁବିତର୍ଣ୍ଣା, ତିଳକେରତ୍ନ ଦିଲସାନ, ଆଝାର ମେହମୁଦ, ଉପୁଲ ଥରଙ୍ଗା, ମିସବା ଉଲ ହକ, ମହମ୍ମଦ ହାଫିଜ, ସୋଏବ ମଲିକ, ମହମ୍ମଦ ୟୁସୁଫ ଓ ଉମର ଗୁଲଙ୍କ ପରି ଖେଳାଳି ରହିଛନ୍ତି। ତେବେ ଏହି ଲିଗ୍ର ତୃତୀୟ ଦଳର ଘୋଷଣା ବାକି ରହିଛି ।