ଶୀତ ଋତୁ ଆରମ୍ଭରୁ ଶରୀରରେ ଦେଖାଦିଏ କୁଣ୍ଡେଇ ହେବା ସମସ୍ୟା, ଆପଣାନ୍ତୁ ଏହିସବୁ ଉପାୟ ମିଳିବ ଆରାମ

ଓଡିିଶା ଭାସ୍କର: ଶୀତ ଋତୁ ଆରମ୍ଭରେ କୁଣ୍ଡେଇ ହେବାର ଭଳି ଅନେକ ସମସ୍ୟା ଦେଖାଯାଏ । ଏହି ସମୟରେ ଚର୍ମରେ ବିଭିନ୍ନ ପ୍ରକାରର ସଂକ୍ରମଣର ହେବା ସହ ଲୋକମାନେ କୁଣ୍ଡିଆରେ ପୀଡିତ ହୋଇଥାନ୍ତି । ଉପଯୁକ୍ତ ପୋଷାକ ନ ପିନ୍ଧିଲେ  କୁଣ୍ଡିଆର ସାମ୍ନା କରିବାକୁ ପଡିଥାଏ । ଯଦି ଆପଣମାନେ ଏହି ଛୋଟ ଜିନିଷର ଯତ୍ନ ନିଅନ୍ତି ବା ଧ୍ୟାନ ଦିଅନ୍ତି ତେବେ ସେମାନେ ଏହି ସମସ୍ୟାରୁ ରକ୍ଷା ପାଇପାରିବେ । ଆଜି ଆମେ ଏଠି ଆପଣଙ୍କୁ କହିବାକୁ ଚାହାଁଛୁ ଶୀତ ଋତୁ ଆରମ୍ଭରେ କୁଣ୍ଡେଇ ହେବାର କାରଣ କ’ଣ ଏବଂ ଏହାକୁ କିପରି ସମାଧାନ କରିପାରିବେ ।

ଶୀତ ଋତୁରେ ଫଙ୍ଗଲ ସଂକ୍ରମଣରେ ପୀଡିତ ରୋଗୀଙ୍କ ସଂଖ୍ୟା ବଢିଥାଏ। ଏହି ଋତୁରେ ପରିବେଶରେ ଆର୍ଦ୍ରତା ବହୁତ ଅଧିକ ହୋଇଯାଏ । ଯାହା ଫଙ୍ଗଲ୍ ସଂକ୍ରମଣର ସବୁଠାରୁ ବଡ କାରଣ ପାଲଟିଥାଏ । ଏହି ବର୍ଷାୠତୁରେ ଲୋକମାନଙ୍କ ଶରୀରରେ ଦୀର୍ଘ ସମୟ ପର୍ୟ୍ୟନ୍ତ ଡ୍ରାଏ ରୁହେ । କେବଳ ଏତିକି ନୁହେଁ, ଗାଧୋଇବା ପରେ ଲୋକଙ୍କ ଚର୍ମ ଏବଂ କେଶ ମଧ୍ୟ ଅନେକ ଘଣ୍ଟା ପର୍ୟ୍ୟନ୍ତ ଓଦା ରହିଥାଏ । ଯାହା ବିଭିନ୍ନ ପ୍ରକାରର ଫଙ୍ଗଲ୍ ସଂକ୍ରମଣର କାରଣ ହୋଇଥାଏ । ଏହି ସଂକ୍ରମଣ ହେତୁ ଲୋକମାନଙ୍କର ଦେହ କ କୁଣ୍ଡେଇ ହୋଇଥାଏ ।

ଚର୍ମ ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ଓଦା ପୋଷାକ ପିନ୍ଧିବା ଦ୍ୱାରା ଫଙ୍ଗଲ୍ ସଂକ୍ରମଣର ସମସ୍ୟା ସୃଷ୍ଟି କରିଥାଏ। ମୁଣ୍ଡରେ ରୁପି ମଧ୍ୟ ଏକ ପ୍ରକାର ଫଙ୍ଗଲ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇଥାଏ । ଏଥିସହ ପିଠି, ମୁହଁ ଏବଂ ଛାତିରେ ବିଭିନ୍ନ ପ୍ରକାରର ଫଙ୍ଗଲ୍ ସଂକ୍ରମଣ ହୋଇପାରେ । ସାଧାରଣତଃ ଏହି ସଂକ୍ରମଣ ଗ୍ରୀଷ୍ମଋତୁରୁ ଆରମ୍ଭ ହୋଇ ଶୀତ ଋତୁରେ ଅଧିକ ବ୍ୟାପିବା ଆରମ୍ଭ କରିଥାଏ। ଚର୍ମ ବ୍ୟତୀତ ଏହା ଶରୀରର ଅନେକ ସ୍ଥାନରେ ମଧ୍ୟ ହୋଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ଲୋକମାନେ ଏପରି ଫଙ୍ଗଲ ସଂକ୍ରମଣର କୌଣସି ଲକ୍ଷଣ ଦେଖନ୍ତି।

ତେବେ ବିଳମ୍ବ ନକରି ତୁରନ୍ତ ଚର୍ମରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଚିକିତ୍ସା ହେବା ଉଚିତ୍। ଏହି ସମସ୍ୟା ପାଇଁ ମେଡିକାଲ ଷ୍ଟୋରରେ ବିଭିନ୍ନ କ୍ରିମ୍ ଏବଂ ପାଉଡର ଦିଆଯାଏ। ସଂକ୍ରମଣକୁ ଚିହ୍ନଟ କରିବା ପାଇଁ ବେଳେବେଳେ ପରୀକ୍ଷା ମଧ୍ୟ କରାଯାଏ । ଫଙ୍ଗଲ୍ ସଂକ୍ରମଣକୁ ଦୂର କରିବା ପାଇଁ ମେଡିକାଲ ଷ୍ଟୋରରୁ ଫଙ୍ଗଲ ସ୍କିନ୍ କ୍ରିମ୍ ନେଇ ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଏଥିରେ ଭଲ ନହୁଏ ତେବେ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରି ମେଡିସିନ୍ ବ୍ୟବହାର କରିବା ଉଚିତ ।

ଫଙ୍ଗଲ୍ ସଂକ୍ରମଣ ରୋକିବାର ଉପାୟ ଜାଣନ୍ତୁ –

– ଗାଧୋଇବା ପରେ ଚର୍ମକୁ ଭଲ ଭାବରେ ଶୁଖାନ୍ତୁ ଏବଂ ଏଥିରେ ମଶ୍ଚରାଇଜର ଲଗାନ୍ତୁ । ତ୍ୱଚାକୁ ଅଧିକ ଓଦା ରଖନ୍ତୁ ନାହିଁ ।

– ରିଙ୍ଗୱର୍ମ ଏବଂ ଅନ୍ୟାନ୍ୟ ଫଙ୍ଗଲ୍ ସଂକ୍ରମଣ ପାଇଁ ଡାକ୍ତରଙ୍କ ପରାମର୍ଶରେ ଆଣ୍ଟି-ଫଙ୍ଗଲ୍ କ୍ରିମ୍ ବ୍ୟବହାର କରନ୍ତୁ ।

– ଏପରି ପୋଷାକ ପିନ୍ଧନ୍ତୁ ଯାହା ଚର୍ମକୁ ପବନ ଯିବା ସହ ଆରାମ ଲାଗିବ । ଏହି ସମୟରେ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ଥିବାରୁ ଗରମ ଅନୁଭବ ହୋଇଥାଏ । ଏହି ଋତୁରେ ସୂତା ଏବଂ ଢିଲା ପୋଷାକ ପିନ୍ଧିବା ଉଚିତ୍ ।

– ଡ୍ରାଏ ହୋଇଥିବା ଚର୍ମକୁ ମଶ୍ଚରାଇଜ୍ କରିବା ପାଇଁ ଏକ ଭଲ ମଶ୍ଚରାଇଜର ବ୍ୟବହାର କରନ୍ତୁ । ଏ ବାବଦରେ ଚର୍ମରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

– ଯଦି ଆପଣଙ୍କର ଚର୍ମ ଆଲର୍ଜି ରହିଛି । ବାହାରକୁ ଯିବା ପୂର୍ବରୁ ଏକ ମାସ୍କ ପିନ୍ଧନ୍ତୁ ।