ଆଜିଠୁ ପ୍ରତି ଜିଲ୍ଲାରେ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା, ଆପଣ ବି ହୋଇପାରିବେ ଲକ୍ଷପତି ଦିଦି

ଆଜିଠୁ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା। ମହିଳାଙ୍କୁ ସଶକ୍ତ କରିବାକୁ ଏଭଳି ଯୋଜନା କରିଛନ୍ତି କେନ୍ଦ୍ର ସରକାର।

ଭୁବନେଶ୍ୱର: ସଶକ୍ତ ହେବେ ମହିଳା। ଆଜିଠୁ ପ୍ରତ୍ୟେକ ଜିଲ୍ଲାରେ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଆଜିଠୁ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା। ରାଜ୍ୟର ସବୁ ଜିଲ୍ଲାରେ ଏହି କର୍ମଶାଳା ଆରମ୍ଭ ହେବ।

ମହିଳାଙ୍କୁ ସଶକ୍ତ କରିବାକୁ ଏଭଳି ଯୋଜନା କରିଛନ୍ତି କେନ୍ଦ୍ର ସରକାର। ଯୋଜନାରେ ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ ଉଦ୍ୟମ ହେଉଛି।  ସ୍କିଲ ଡେଭଲପମେଣ୍ଟ ଯୋଜନା ମାଧ୍ୟମରେ ଟ୍ରେନିଂ ମଧ୍ୟ ଦିଆଯାଉଛି।

ଲକ୍ଷପତି ଦିଦି କର୍ମଶାଳା: ପୁରା ଦେଶରେ ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର। ଆଉ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡିଶା  ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଛନ୍ତି।

ଆଉ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶକ୍ରମେ ଆଜିଠୁ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା। ଏହି କର୍ମଶାଳାରେ ପ୍ରତ୍ୟେକ  ଜିଲ୍ଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌, ସମ୍ଭାବ୍ୟ ଲକ୍ଷ୍ୟପତି ଦିଦି ଓ ଲକ୍ଷପତି ଦିଦି ପ୍ରମୁଖ ଉପସ୍ଥିତ ରହିବେ।

ପ୍ରଶିକ୍ଷଣ: ଆପଣ ବି ହୋଉପାରିବେ ଲକ୍ଷପତି ଦିଦି। ତେଣୁ ପ୍ରତ୍ୟେକ ଆଜିଠାରୁ ଆରମ୍ଭ ହୋଇଛି କର୍ମଶାଳା। ଏହି କର୍ମଶାଳାରେ ଯୋଗଦେଇ ଆଲୋଚନାରେ ସହଭାଗିତା କରନ୍ତୁ। କମ୍ୟୁନିଟି ସପୋର୍ଟ ମାନେ ତୃଣମୂଳ ସ୍ତରରେ କେଉଁଭଳି ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଦେବେ ସେ ନେଇ କର୍ମଶାଳାରେ ଆଲୋଚନା କରାଯିବ।

ଏହାଛଡ଼ା ଯେଉଁ ମହିଳାମାନେ ଲକ୍ଷପତି ଦିଦି ହୋଇସାରିଛନ୍ତି ସେମାନେ ଏହି କର୍ମଶାଳରେ ପ୍ରେରଣାଦାୟୀ ଆଲୋଚନାରେ ଭାଗ ନେବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରିବେ। ବ୍ୟବସାୟ ବଢ଼ାଇବା ପାଇଁ ବିନା ସୁଧରେ ୫ ଲକ୍ଷ ଟଙ୍କା ଯାଏ ଋଣ ମଧ୍ୟ ଦିଆଯାଉଛି। ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।