fbpx

(Video) ୩୦ ସେକେଣ୍ଡରେ କିପରି ଜାଣିବେ କ୍ଷୀରରେ କେମିକାଲ ମିଶିଛି କି ନାହିଁ, FSSAI କହିଲା ଉପାୟ

Advertisement

ନୂଆଦିଲ୍ଲୀ: କ୍ଷୀର ପିଇବା ଦ୍ୱାରା ହାଡ଼ ମଜବୁତ ହୁଏ, ମାଂସପେଶୀ ଶକ୍ତ ହୁଏ, ଇମ୍ୟୁନ ସିଷ୍ଟମ ମଜବୁତ ହୁଏ ଏବଂ ଶରୀରକୁ ବହୁଳ ପରିମାଣରେ କ୍ୟାଲସିୟମ ଏବଂ ପ୍ରୋଟିନ ମିଳିଥାଏ । କ୍ଷୀରର ସମସ୍ତ ପୋଷକ ତତ୍ୱ ଶରୀରକୁ ସେତେବେଳେ ଯାଇ ମିଳେ, ଯେତେବେଳେ ଆମେ ଶୁଦ୍ଧ କ୍ଷୀର ପିଇଥାଉ । ହେଲେ ଆଜିକାଲି କ୍ଷୀରରେ ଲୋକେ ବହୁ ପରିମାଣରେ ପାଣି ମିଶାଇ ବିକ୍ରି କରୁଛନ୍ତି ।

ଅଧିକ ଲାଭ ପାଇବା ପାଇଁ ଦୁଗ୍ଧ ବିକ୍ରେତା କ୍ଷୀରରେ କେବଳ ପାଣି ନୁହେଁ, ବରଂ ୟୁରିୟା, ଅରାରୋଟ, ଆମୋନିଆ, ନାଇଟ୍ରେଟ ଫର୍ଟିଲାଇଜର, ସୁଗାର, ଲୁଣ ଏବଂ ଗ୍ଲୁକୋଜ ଭଳି ଭୟଙ୍କର କେମିକାଲ୍ସର ମିଶ୍ରଣ କରୁଛନ୍ତି । ଏହାକୁ ପିଇବା ଦ୍ୱାରା ଲିଭର-କିଡନୀ ଖରାପ ହୋଇଯାଇଥାଏ ।

 

View this post on Instagram

 

A post shared by FSSAI (@fssai_safefood)

ଏପରି ଯାଞ୍ଚ କରନ୍ତୁ: ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଏକ ଉପାୟ କହିଛି, ଯେଉଁଥିରେ ଆପଣ ମାତ୍ର ୨ ମିନିଟରେ ୟୁରିଆ ମିଶ୍ରିତ ଦୁଗ୍ଧର ଚିହ୍ନଟ କରିପାରିବେ । ଏକ ଟେଷ୍ଟ ଟ୍ୟୁବରେ ଏକ ଚାମଚ କ୍ଷୀର ନିଅନ୍ତୁ ଏଥିରେ ଅଧା ଚାମଚ ସୋୟାବିନ ବା ହରଡ ଡାଲିର ପାଉଡର ମିଶାନ୍ତୁ । ଟେଷ୍ଟ ଟ୍ୟୁବକୁ ଭଲଭାବେ ଏପଟ ସେପଟ କରି ମିକ୍ସ କରନ୍ତୁ । ୫ ମିନିଟ ଅପେକ୍ଷା କରନ୍ତୁ । ଏଥିରେ ଏକ ରେଡ ଲିଟମସ ପେପର ପକାନ୍ତୁ । ୩୦ ସେକେଣ୍ଡ ପର୍ଯ୍ୟନ୍ତ ରଖନ୍ତୁ, ଏହାପରେ ଏଥିରୁ ରେଡ ଲିଟମସ ପେପର ବାହାର କରନ୍ତୁ । ଯଦି ଏହି ପେପରର ରଙ୍ଗ ବଦଳି ନୀଳ ହୋଇଯାଇଛି ତେବେ ଜାଣନ୍ତୁ ଯେ, ସେହି କ୍ଷୀରରେ କିଛି ମିଶିଛି । ଏଥିରେ ୟୁରିଆ ମିଶିଛି ।

Get real time updates directly on you device, subscribe now.