fbpx

ତେଲ ମୂଲ୍ୟ ବୃଦ୍ଧି? ଫ୍ଲାଇଟ୍ ରେ କଂଗ୍ରେସ ନେତାଙ୍କ ସହ ସ୍ମୃତି ଇରାନୀ ମୁହାଁମୁହିଁ

ବଢୁଥିବା ତେଲ ଦର ନେଇ ଆଜି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଜଣେ କଂଗ୍ରେସ ନେତାଙ୍କ ସହିତ ମୁହାଁମୁହିଁ ହୋଇଛନ୍ତି । ଦିଲ୍ଲୀରୁ ଗୁଆହାଟି ଅଭିମୁଖେ ଯାଉଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କଂଗେସ ନେତ୍ରୀ ନିତା ଡି’ସୁଜା ତେଲଦର ନେଇ ଆମ୍ବୁସ ଆଟାକ୍ କରିଥିଲେ । ଏହି ସମୟରେ ସେ ସମ୍ପୁର୍ଣ୍ଣ ଘଟଣାକୁ ନିଜ ମୋବାଇଲରେ ରେକର୍ଡ କରି ଟ୍ୱିଟରରେ ସେୟାର କରିଛନ୍ତି ।

ଦୁହେଁ ମୁହାମୁହିଁ ହେବାର ସମୟରେ ନିତା ଡି’ସୁଜା ନିଜ ମୋବାଇଲରେ ଭିଡିଓ ରେକର୍ଡିଂ କରୁଥିିବା ଦେଖି ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ନିଜ ମୋବାଇଲ ବାହାର କରି ନିଜର ପକ୍ଷ ରଖିବା ସହିତ ଏହାର ରେକର୍ଡିଂ କରିଥିଲେ । ବଢୁଥିବା ତେଲ ଦରକୁ ନେଇ ଉଭୟଙ୍କ ମଧ୍ୟରେ ବେଶ୍ ଉଚ୍ଚବାଚ୍ଚ ଚାଲିଥିଲା ।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ କଂଗ୍ରେସ ନେତ୍ରୀ ବିମାନରୁ ବାହାରିବା ସମୟରେ ମନ୍ତ୍ରୀଙ୍କୁ ତାଙ୍କ ପ୍ରଶ୍ନବାଣରେ ଅସହାୟ କରି ଦେଇଥିଲେ । ସେ କହିଥିଲେ ଦେଶରେ ଗତ ୧୬ ଦିନରେ ୧୪ ଥର ତୈଳ ଦର ବଢିସାରିଲାଣି । ବିମାନରେ ଯାତ୍ରୀମାନେ ଯିବା ଆସିବା ସମୟରେ କଂଗ୍ରେସ ନେତ୍ରୀ ତାଙ୍କ ବାଟ ଓଗାଳି ତାଙ୍କୁ ପ୍ରଶ୍ନ କରୁଥିବା ସ୍ମୃତି କହିଥିଲେ । ଏହା ପରେ କଂଗ୍ରେସ ନେତ୍ରୀ କହିଥିଲେ ଯେ ଦେଶରେ ଇନ୍ଧନ ଗ୍ୟାସ୍ ର ଅଭାବ ଦେଖାଯାଉଛି । ଦେଶରେ ଗ୍ୟାସ୍ ବିନା ଚୁଲା ପରିସ୍ଥିତି ଆସିଗଲାଣି । ଏହାର ଉତ୍ତରରେ ଇରାନୀ କହିଥିଲେ ଦୟାକରି ମିଛ କୁହନ୍ତୁ ନାହିଁ । ପରେ ତାଙ୍କ ସହିତ ଅଭଦ୍ରାମି କରାଯାଥିବା ସ୍ମୃତି କହିଥିଲେ ।

ଦେଶରେ ଗତ ୧୬ ଦିନରେ ୧୪ ଥର ତୈଳ ଦର ବଢିବାର ଖବର ଆସିଛି । ଗତ ଦୁଇ ଦିନ ହେବ ତେଳ ଦର ସମାନ ରହିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୧୦୫.୪୧ ଟଙ୍କା ରହିଥିବା ବେଳେ ଡିଜେଲର ଦର ୯୬ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୨୦ ପାର କରିଛି ଏବଂ ଡିଜେଲର ଦର ୧୦୪.୭୭ ଟଙ୍କା ରହିଛି ।

Get real time updates directly on you device, subscribe now.