fbpx

ଶ୍ମଶାନ ଘାଟରେ ମିଳୁନି ଜାଗା: ଖୋଲା ସ୍ଥାନରେ ହେଉଛି ଅନ୍ତିମ ସଂସ୍କାର

Advertisement

ପୁଣେ, ୨୬ା୪: ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ଭାବେ ମାଡ଼ି ଚାଲିଛି । ଫଳରେ ବିଭିନ୍ନ ରାଜ୍ୟର ଶ୍ମଶାନ ଘାଟରେ ଶବଦାହ ପାଇଁ ଭିଡ଼ ଜମୁଛି । ପୁଣେର ଶ୍ମଶାନ ଘାଟରେ ଶବଦାହ କରିବାକୁ ଜାଗା ମିଳୁନି । ତେଣୁ ଖାଲି ଜାଗାମାନଙ୍କରେ ଅନ୍ତିମ ସଂସ୍କାର କରାଯାଉଛି । ପ୍ରତ୍ୟେକ ଦିନ ଅଧିକ ସଂଖ୍ୟାରେ ଶବ ଆସିବା କାରଣରୁ ଏହି ଦୁର୍ଦ୍ଦିନର ସାମନା କରିବାକୁ ପଡ଼ୁଛି । ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର ପାଇଁ ଲୋକଙ୍କୁ ୨ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି । ତେଣୁ କିଛି ଲୋକ ଖୋଲା ସ୍ଥାନରେ ଶବଦାହ କରିବାକୁ ପଛାଉ ନାହାନ୍ତି ।

ବର୍ତ୍ତମାନ ସୁଦ୍ଧା ପୁଣେରେ ୬ ଲୋକଙ୍କର କରୋନାରେ ମୃତ୍ୟୁ ହୋଇସାରିଲାଣି । ତେବେ ପୁଣେରେ ମାତ୍ର ୨୧ଟି ଶ୍ମଶାନ ଘାଟ ରହିଥିବାରୁ ଏତେସଂଖ୍ୟକ ଶବଦାହ କରିବା ସମୟସାପେକ୍ଷ ଅଟେ । ଅନେକ ଶ୍ମଶାନ ଘାଟରେ ୨୪ ଘଣ୍ଟା କାର୍ଯ୍ୟ ଜାରି ରହୁଛି । ତେବେ ଲଗାତର ଅନ୍ତିମ ସଂସ୍କାର ହେବା କାରଣରୁ ଶ୍ମଶାନ ଘାଟଗୁଡ଼ିକରେ ବିଭିନ୍ନ ଯାନ୍ତ୍ରିକ ସମସ୍ୟା ଦେଖାଦେଉଛି । ଫଳରେ ମୃତକଙ୍କ ପରିଜନମାନେ ଅଧିକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ରହିବାକୁ ବାଧ୍ୟ ହେଉଛନ୍ତି ।

Get real time updates directly on you device, subscribe now.