fbpx

ସରିଲା ଜି ୨୦ ସମ୍ମିଳନୀ, ଏହି ଦେଶକୁ ମିଳିଲା ପରବର୍ତ୍ତୀ ଜି ୨୦ର ଅଧ୍ୟକ୍ଷତା ଦାୟିତ୍ୱ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମର୍ପଣ କଲେ ଦାୟିତ୍ୱ

ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ୨ ଦିନିଆ ଜି୨୦ ସମ୍ମିଳନୀ ସମାପ୍ତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲଭାଙ୍କୁ ପରବର୍ତ୍ତୀ ଜି୨୦ର ଅଧ୍ୟକ୍ଷତା ଦାୟିତ୍ୱ ଅର୍ପଣ କରିଛନ୍ତି । ଜି ୨୦ ର ଅଧ୍ୟକ୍ଷତା ଅର୍ପଣ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି ।

ଆଗାମୀ ବର୍ଷ ଜି୨୦ ସମ୍ମିଳନୀ ବ୍ରାଜିଲରେ ଆୟୋଜିତ ହେବ । ବୈଠକ ଆରମ୍ଭ ହେବା ପୂର୍ବରୁ ଜି୨୦ ସମୂହର ପୂର୍ବ ଅଧ୍ୟକ୍ଷ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଭିଦୋଦୋ ଓ ବ୍ରାଜିଲ ରାଷ୍ଟ୍ରପତି ସମୂହର ବର୍ତ୍ତମାନ ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୋଟିଏ ଗୋଟିଏ ବୃକ୍ଷର ଚାରା ଅର୍ପଣ କରିଥିଲେ ।

Get real time updates directly on you device, subscribe now.