fbpx

JIOକୁ ପୂରିଲା ୭ ବର୍ଷ, କମ୍ପାନୀ ଗ୍ରାହକଙ୍କୁ ଦେଲା ବଡ ଉପହାର, ୩ଟି ଲୋକପ୍ରିୟ ପ୍ଲାନରେ ମିଳିବ ଅଧିକ ଡାଟା ଏବଂ ସ୍ପେଶାଲ ଭାଉଚର

ନୂଆଦିଲ୍ଲୀ: ରିଲାନ୍ସ ଜିଓ ଦେଶରେ ସାତ ବର୍ଷ ପୂର୍ବରୁ ୫ ସେପ୍ଟେମ୍ବର ୨୦୧୬ କୁ ଏଣ୍ଟ୍ରୀ କରିଥିଲା । ଏହା ଆସିବା ପରେ ଆଉଟଗୋଇଙ୍ଗ କଲିଙ୍ଗର ଯୁଗ ସମାପ୍ତ ହେବ । ଭାରତରେ ରିଲାନ୍ସ ଜିଓ ପ୍ରଥମ କମ୍ପାନୀ ହୋଇଛି, ଯେଉଁଥିରେ ଆଉଟଗୋଇଙ୍ଗ କଲକୁ ଫ୍ରୀ କରାଯାଇଛି ଏବଂ ଆଜି ପର୍ଯ୍ୟନ୍ତ ଜାରି ହୋଇଛି । ଜିଓ ଆଜି ନିଜ ୭ମ ବାର୍ଷିକ ପାଳନ କରୁଛି ଏବଂ ଏହି ଖୁସିରେ କମ୍ପାନୀ ଗ୍ରାହକଙ୍କ ପାଇଁ ବଡ ଖୁସିଖବର ଘୋଷଣା କରିଛି ।

ରିଲାନ୍ସ ଜିଓର ୨୯୯ ଟଙ୍କା ପ୍ଲାନ ୨୮ ଦିନର ଭାଲିଡିଟି ସହ ଆସୁଛି ଏବଂ ଏହି ପ୍ଲାନରେ ସବୁ ଦିନ ୨ଜିବି ଡାଟା ଦିଆଯାଇଛି । ଏହି ପ୍ଲାନ ସହିତ ଗ୍ରାହକଙ୍କୁ ପ୍ରତିଦିନ ୧୦୦ ଏସଏମଏସର ଫାଇଦା ମଧ୍ୟ ଦିଆଯାଉଛି । ଖାସ ଅଫର ଦ୍ୱାରା ପ୍ଲାନ ଅଫରରେ ୭ଜିବି ଡାଟା ଏକ୍ସଟ୍ରା ମିଳିବ ।

୭୪୯ ଟଙ୍କାର ପ୍ଲାନ ବ୍ୟବହାରକାରୀଙ୍କୁ ଅନଲିମିଟେଡ କଲିଙ୍ଗର ସୁବିଧା ଦିଆଯାଇଛି । ଏଥିରେ ପ୍ରତିଦିନ ୨ଜିବି ଡାଟା ଦିଆଯାଇଛି । ପ୍ଲାନରେ ୯୦ ଦିନର ଭ୍ୟାଲିଡିଟି ମିଳିଛି । ଏଥିରେ ପ୍ରତିଦିନ ୧୦୦ଟି ମାଗଣା ଏସଏମଏସ ମଧ୍ୟ ଦିଆଯାଇଛି । ଖାସ ସୁଯୋଗରେ ରିଲାନ୍ସ ଜିଓ ଏହି ପ୍ଲାନ ସହିତ ୧୪ଜିବି ଆଡିସନଲ ଡାଟା ଦିଆଯାଇଛି ।

ରିଲାନ୍ସ ଜିଓର ୨୯୯୯ ଟଙ୍କାର ପ୍ଲାନ ୩୬୫ ଦିନର ଭ୍ୟାଲିଡିଟି ସହିତ ଆସୁଛି । ଏହି ବାର୍ଷିକ ପ୍ଲାନରେ ପ୍ରତିଦିନ ୨.୫ଜିବି ଡାଟା ଏବଂ ୧୦୦ଟି ଏସଏମଏସ ମିଳୁଛି । ପ୍ଲାନ ସହିତ ବ୍ୟବହାରକାରୀଙ୍କୁ ଅନଲିମିଟେଡ କଲିଙ୍ଗର ମଧ୍ୟ ଫାଇଦା ମଧ୍ୟ ଦିଆଯିବ । ଏହି ପ୍ଲାନ ସହିତ ୨୧ଜିବି ଆଡିସନାଲ ଡାଟା ଦିଆଯାଉଛି । ପ୍ଲାନରେ ଆଜିଓ ଉପରେ ୨୦୦ ଟଙ୍କା ରିହାତି ଦେଉଛି । ନେଟମେଡସରେ ୨୦ ପ୍ରତିଶତ ରିହାତି ଏବଂ ସ୍ୱିଗିରେ ୧୦୦ ଟଙ୍କାର ରିହାତି ମିଳୁଛି ।

Get real time updates directly on you device, subscribe now.