fbpx

IND vs SA ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ ଋତୁରାଜ ଗାଏକ୍ୱାଡ: ଏହି ଖେଳାଳିଙ୍କୁ ସୁଯୋଗ ଦେଲା BCCI

ନୂଆଦିଲ୍ଲୀ: ଟି-୨୦ ଏବଂ ଦିନିକିଆ ସିରିଜ ଉପରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେବା ପରେ ଟେଷ୍ଟ ସିରିଜ ଉପରେ ରହିଛି ଭାରତର ନଜର । ତେବେ ଏହାପୂର୍ବରୁ ଟିମ ଇଣ୍ଡିଆକୁ ଏକା ସାଙ୍ଗରେ ଟ୍ରିପଲ ଝଟକା ଲାଗିଛି । ଷ୍ଟାର ବ୍ୟାଟର ବିରାଟ କୋହଲି ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଘରକୁ ଫେରିଥିବା ବେଳେ ଓପନର ଋତୁରାଜ ଗାଏକ୍ୱାଡ ଆହତ ସମସ୍ୟାରୁ ଦଳରୁ ବାଦ୍ ପଡ଼ିଛନ୍ତି । ତେବେ ବର୍ତ୍ତମାନ ଋତୁରାଜଙ୍କ ବିକଳ୍ପ ଭାବରେ ଜଣେ ଖେଳାଳିଙ୍କ ନାଁ ଘୋଷଣା କରିଛି ଭାରତୀୟ କ୍ରିକେଟ ବୋର୍ଡ । ଖୁବଶୀଘ୍ର ସେ ଭାରତୀୟ ଦଳ ସହ ସାମିଲ ହୋଇ ଅଭ୍ୟାସକାର୍ଯ୍ୟ ଆରମ୍ଭ କରିବେ ।

ସାଉଥ ଆଫ୍ରିକା ବିପକ୍ଷରେ ଆସନ୍ତା ଟେଷ୍ଟ ସିରିଜରୁ ଆହତ ଯୋଗୁଁ ବାଦ୍ ପଡ଼ିଛନ୍ତି ଋତୁରାଜ ଗାଏକ୍ୱାଡ । ତେବେ ତାଙ୍କ ସ୍ଥାନରେ ବିସିସିଆଇ ୟଙ୍ଗ ଷ୍ଟାର ଅଭିମନ୍ୟୁ ଈଶ୍ୱରନଙ୍କୁ ଟିମ ଇଣ୍ଡିଆ ସହ ସାମିଲ କରିଛି । ଅଭିମନ୍ୟୁ ଜଣେ ଟପ୍ ଅର୍ଡର ବ୍ୟାଟର ହୋଇଥିବା ବେଳେ ଗତ କିଛି ଦିନ ଭିତରେ ସେ ଭାରତୀୀୟ ଏ’ ଦଳରେ ଦମଦାରର ପ୍ରଦର୍ଶନ କରି ଚାଲିଛନ୍ତି । ଫାଷ୍ଟ କୃାରିୟରରେ ୮ଟି ମ୍ୟାଚ ଖେଳିଥିବା ବେଳେ ୧୭.୨୪ ହାରରେ ୬୫୬୭ ରନ୍ ସଂଗ୍ରହ କରିଛନ୍ତି ଅଭିମନ୍ୟୁ । ତେଣୁ ବିସିସିଆଇ ଋତୁରାଜଙ୍କ ବିକଳ୍ପ କେଳାଳି ଭାବରେ ଦକ୍ଷିଣ ଆଫ୍ରଅିକା ବିପକ୍ଷ ଟେଷ୍ଟ ସିରିଜ ଖେଳିବେ ଅଭିମନ୍ୟୁ ଈଶ୍ୱନ ।

ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଋତୁରାଜଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ତେଣୁ ଶେଷ ୨ଟି ଦିନିକିଆ ସହିତ ଆସନ୍ତା ଷେଟଷ୍ଟ ସିିଜରୁ ମଧ୍ୟ ଋତୁରାଜ ବାଦ୍ ପଡ଼ିଛନ୍ତି । ବର୍ତ୍ତମାନ ଦଳ ସହିତ ଅଭିମନ୍ୟୁ ଈଶ୍ୱରନ୍ ସାମିଲ ହେବାକୁ ଯାଉଛି । ତେବେ ବିରାଟ କୋହଲି ଏବଂ ଋତୁରାଜଙ୍କ ସମେତ ଇଶାନ କିଶାନ ମଧ୍ୟ ,ହି ସିରିଜରୁ ବ୍ରେକ ନେଇଛନ୍ତି ।

Get real time updates directly on you device, subscribe now.