fbpx
BSKY SKY
BSKY SKY

ମାଲକାନାଗିରି ସୀମାରେ ଯବାନ- ମାଓବାଦୀ ମୁହାଁମୁହିଁ: ୪ ମାଓବାଦୀ ନିହତ

BSKY

ସମ୍ବଲପୁର: ମାଲକାନାଗିରି ସୀମାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ସୁକମା ଜିଲ୍ଲା ଗୋଗୁଣ୍ଡା ଜଙ୍ଗଲରେ ଏହି ଗୁଳି ବିନିମୟ ହେବା କଥା ଜଣାପଡିଛି । ଗୁଳି ବିନିମୟରେ ୩ ରୁ ୪ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ଆଂଶଙ୍କା କରାଯାଉଛି । ଡିଆଇଜି ଓ ସିଆରପିଏଫ ହେଉଛି ଯବାନଙ୍କ କାର୍ଯ୍ୟାନୁଷ୍ଠାନ । ମାଓ ଶିବିରକୁ ଘେରିବା ଲାଗି ଅପରେସନ ଜାରି ରହିଛି । ଏହାର ନେତୃତ୍ୱ ନେଇଛନ୍ତି ସୁକୁମା ଏସପି ଓ ସିଆଇପିଏଫ ଡିଆଇଜି ।

ଅନ୍ୟପଟେ ଆଜି ଅଖନୁର, ଜାମ୍ମୁ କାଶ୍ମୀରରେ ଏକ ପ୍ରମୁଖ ଅନୁପ୍ରବେଶ ଉଦ୍ୟମକୁ ସେନା ଖଣ୍ଡନ କରିଛି। ଘଣ୍ଟା ଘଣ୍ଟା ଧରି ଚାଲିଥିବା ଏହି ଅପରେସନରେ ସେନା ୪ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା। ସୂଚନାଯୋଗ୍ୟ ଯେ ପାକିସ୍ତାନୀ ସେନା ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିଲା। ଆତଙ୍କବାଦୀ ଘଟଣା ସହ ପାକିସ୍ତାନ ଶାନ୍ତିପୂର୍ଣ୍ଣ କାଶ୍ମୀରକୁ ଆତଙ୍କିତ କରିବାକୁ ଚେଷ୍ଟା କରୁଛି।

Get real time updates directly on you device, subscribe now.