fbpx
BSKY SKY
BSKY SKY

ସୋମବାର ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ହେବାର ସମ୍ଭାବନା, କାଲି ପାଇଁ ୧୮ଟି ଜିଲ୍ଲାକୁ ସତର୍କ ସୂଚନା

BSKY

ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଧୀରେ ଧୀରେ ଦୁର୍ବଳ ହେଉଥିବାରୁ ଶୀତ କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଏଥିସହ ଆସନ୍ତା ସୋମବାର ପର୍ୟ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଘନ କୁହୁଡି ଯୋଗୁଁ ଯାତାୟତରେ ଅସୁବିଧା ପାଇଁ ଆଜି ୧୦ଟି ଜିଲ୍ଲା ଏବଂ ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ କମ୍‍ ରହିଥିଲା । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୪ ଦଶମିକ ୬ ଡିଗ୍ରୀ ସେଲ୍‍ସିୟସ୍‍ ରହିଥିବାବେଳେ ସେମିଳିଗୁଡ଼ାରେ ୫ ଦଶମିକ ୬ ଡିଗ୍ରୀ ଏବଂ ଫୁଲବାଣୀରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍‍ ଥିଲା ।

Get real time updates directly on you device, subscribe now.