ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ପରେ ଗଜପତି ମହାରାଜଙ୍କର ପ୍ରତିକ୍ରିୟା, ‘ଉତ୍ତର ଦ୍ବାର ବାହାରେ ଅନ୍ନକ୍ଷେତ୍ର’

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ । ସାଥୀରେ ଅଛନ୍ତି ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ଗଜପତି ମହାରାଜ । ଅଧାପନ୍ତରିଆ ପ୍ରକଳ୍ପ, ମଠ ପୁନରୁଦ୍ଧାର ଆଦି କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଏହା ପରେ ପ୍ରତିକ୍ରିୟା ଦେଇଥିଲେ ଗଜପତି ମହାରାଜ । ଉତ୍ତର ଦ୍ବାର ବାହାରେ ଅନ୍ନକ୍ଷେତ୍ର ଯୋଜନା କରାଯାଉଥିବା କହିଛନ୍ତି ଗଜପତି ମହାରାଜ ।

ଗଜପତି ମହାରାଜଙ୍କ କହିବା ଅନୁସାରେ, ଉତ୍ତର ଦ୍ବାର ବାହାରେ ଅନ୍ନକ୍ଷେତ୍ର କରିବାକୁ ଯୋଜନା କରାଯାଉଛି । ଦିନକୁ ଦିନ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଆନନ୍ଦ ବଜାରରେ ପ୍ରସାଦ ସେବନ ହୋଇପାରୁ ନାହିଁ । ତେଣୁ ଉତ୍ତର ଦ୍ବାରା ବାହାରେ ବିଶିଷ୍ଟ ସ୍ଥାନରେ ଅନ୍ନକ୍ଷେତ୍ର କରିବାକୁ ଯୋଜନା ରହିଛି । ଏଠାରେ ଭକ୍ତମାନେ ସୁବିଧାରେ ମହହାପ୍ରସାଦ ସେବନ କରିପାରିବେ ।

ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେବ । କିନ୍ତୁ ମହାପ୍ରସଦା ସେବନ ପାଇଁ ଏକ ପ୍ରଶସ୍ତ ସ୍ଥାନ ଏବଂ ଉତ୍ତମ ବ୍ୟବସ୍ଥା ହେବ । ଏନେଇ ସରକାରଙ୍କ ସହିତ ଆଲୋଚନା କରି କାର୍ଯ୍ୟ କରିବା ପାଇଁ ନିବେଦନ କରିବୁୁ ।  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କରିବା ପରେ ଗଜପତି ମହାରାଜ ଏହି ସୂଚନା ଦେଇଛନ୍ତି ।

ଗଜପତି ଆହୁରି ମଧ୍ୟ କହିଛନ୍ତି ଯେ, ଜଗନ୍ନାଥ ସଂସ୍କୃତି ପ୍ରଚାର ପାଇଁ କିଛି କାମ ହାତକୁ ନିଆଯାଇଛି । କିଛି ଯୋଜନା କାର୍ଯ୍ୟକାରୀ ହୋଇଛି, ଆଉ କିଛି ହେବ । ଗୁଣ୍ଡିଚା ମନ୍ଦିରର ଉନ୍ନତି ପାଇଁ କାର୍ଯ୍ୟକ୍ରମ ରହିଛି ।