fbpx

ସ୍ଥାୟୀ ପ୍ରଶାସକ ପାଇଁ ଚିଠି ଲେଖିଲେ ଗଜପତି

ପୁରୀ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିଚାଳନା ପାଇଁ ସ୍ଥାୟୀ ପ୍ରଶାସକ ନିଯୁକ୍ତ କରାଯାଉ । ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଗଜପତି ମହାରାଜା । ପୁରୀରେ ଶ୍ରୀମନ୍ଦିର ପ୍ରଶାସକଙ୍କ ମୁଖ୍ୟ କାର୍ଯ୍ୟାଳୟ ହେଉ ବୋଲି ଗଜପତି ଚିଠିରେ ଦାବି କରିଛନ୍ତି । ସେ ଲେଖିଛନ୍ତି ଯେ, ‘ଖାଲି ରଥଯାତ୍ରା ନୁହେଁ, ସବୁ ସମୟରେ ପୁରୀରେ କାମ କରନ୍ତୁ ପ୍ରଶାସକ । ସାକ୍ଷୀଗୋପାଳକୁ ମିଶାଇ ପୁରୁଷୋତ୍ତମ କ୍ଷେତ୍ରର କେବଳ ଦାୟିତ୍ୱ ତାଙ୍କୁ ଦିଆଯାଉ ।’

ତେବେ ୨ ଦିନ ପୂର୍ବରୁ ଗଜପତି ଗୋବର୍ଦ୍ଧନ ମଠକୁ ଆସି ଏନେଇ ଆଲୋଚନା କରିବାସହ ପରାମର୍ଶ ଲୋଡିଥିଲେ । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗୋବର୍ଦ୍ଧନ ମଠରେ ଜଗଦଗୁରୁଙ୍କୁ ଭେଟି ଆଲୋଚନା କରିଥିଲେ । ଆଲୋଚନା ବେଳେ ଏବାବଦରେ ତାଙ୍କୁ ଅବଗତ କରାଇଥିଲେ ବୋଲି ସୂଚନା ଦେଇଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ।

Get real time updates directly on you device, subscribe now.