fbpx

ମଝି ଆକାଶରେ ‘ମୃତ୍ୟୁର ଖେଳ’! ବିମାନ ଦୌଡ଼ ପ୍ରତିଯୋଗିତାରେ ୨ ବିମାନ ମୁହାଁମୁହିଁ, 2 ଜଣଙ୍କ ମୃତ୍ୟୁ

Advertisement

ଓଡିଶା ଭାଷ୍କର : ଆମେରିକାର ନେଭାଡା ଅଞ୍ଚଳର ରେନୋରେ ଜାତୀୟ ଚାମ୍ପିଅନସିପର ଏୟାର ରେସ ଚାଲିଥିଲା । ଏହି ଏୟାର ସୋ ସମୟରେ ଦୁଇଟି ବିମାନର ମୁହାଁମୁହିଁ ଧକ୍କା ହୋଇଥିଲେ। ଏହି ଧକ୍କାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି । ରେନୋ ଏୟାର ରେସିଂ ଆସୋସିଏସନର ଅଧିକାରୀମାନେ କହିଛନ୍ତି ଯେ, ରବିବାର ଟି -6 ଗୋଲ୍ଡ ରେସ୍ ଶେଷ ହେବା ପରେ ବିମାନଗୁଡ଼ିକ ମୁହାଁମୁହିଁ ହୋଇଥିଲେ । ଉଭୟ ପାଇଲଟଙ୍କୁ ନିକ ମେସି ଏବଂ କ୍ରିସ ରୁସିଂ ବୋଲି ଚିହ୍ନଟ କରାଯାଇଥିଲା।

ସୂଚନା ଅନୁସାରେ, ଆମେରିକାର ନେଭାଡା ଅଞ୍ଚଳର ରେନୋରେ ଜାତୀୟ ଚାମ୍ପିଅନସିପର ଏୟାର ରେସ ଚାଲିଥିବା ସମୟରେ ଦୁଇଟି ବିମାନର ମୁହାଁମୁହିଁ ଧକ୍କା ହୋଇଥିଲେ । କୁହାଯାଉଛି ଯେ, ର୍ସ ସାରି ଅବତରଣ ସମୟରେ ସିଙ୍ଗଲ୍ ଇଞ୍ଜିନ୍ T-6G ଏବଂ AT-6B ମୁହାଁମୁହିଁ ହୋଇଥିଲେ | ରେନୋ ଏୟାର ରେସିଂ ଆସୋସିଏସନ ଫେସବୁକରେ ପୋଷ୍ଟ କରିଥିବା ଏକ ବିବୃତ୍ତିରେ କହିଛି ଯେ ‘ରେନୋ ଏୟାର ରେସିଂ ଆସୋସିଏସନ୍ ଘୋଷଣା କରିଛି ଯେ, ଆଜି ଟି -6 ଗୋଲ୍ଡ ରେସ୍ ଶେଷ ହେବା ବେଳକୁ ରାତି ୨: ୧୫ରେ ଅବତରଣ କରିବା ବେଳେ , ଏହି ଦୁର୍ଘଟଣା ହୋଇଥିଲା ଏବଂ ଏହି ଦୁର୍ଘଟଣାରେ ଉଭୟ ପାଇଲଟଙ୍କର ମୃତ୍ୟୁ ହୋଇଛି ।

ଉଭୟ କୁଶଳୀ ପାଇଲଟ୍ ଟି ​​-6 ଶ୍ରେଣୀର ସ୍ୱର୍ଣ୍ଣ ବିଜେତା ଥିଲେ।’ ଫେସବୁକ୍ ପୋଷ୍ଟରେ ଆହୁରି କୁହାଯାଇଛି ଯେ ‘ RARA ର ସବୁଠାରୁ ବଡ ଚିନ୍ତା ହେଉଛି ସୁରକ୍ଷା ଏବଂ ଆମେ ନିରାପଦ ଇଭେଣ୍ଟ ଆୟୋଜନ କରିବା ପାଇଁ ବର୍ଷସାରା କାର୍ଯ୍ୟ କରୁ । ଦୁର୍ଘଟଣାର କାରଣ ଜାଣିବା ପାଇଁ ଆମର ସମସ୍ତ ପାଇଲଟ୍, ଦର୍ଶକ ଏବଂ ସ୍ବେଚ୍ଛାସେବୀଙ୍କର ଆବଶ୍ୟକ ସହାୟତା ପାଇବାକୁ ଆମେ ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) ଏବଂ ସମସ୍ତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସହଯୋଗ କରୁଛୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.