fbpx

ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ, ସରକାରୀ ନିର୍ଦ୍ଦେଶକୁ ଫୁ: ମହାମାରୀ ସମୟରେ ଚାଲିଛି ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର, ୨୫ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ମାଡ଼ି ଚାଲିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି । କିଛିଦିନ ପୂର୍ବରୁ ମାଟ୍ରିକ ପରୀକ୍ଷା ବାତିଲ ନେଇ ସରକାର ଘୋଷଣା କରିଥିଲେ । ତେବେ ଏହି ନିର୍ଦ୍ଦେଶକୁ ବେଖାତିର କରାଯାଇଛି । ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳାଯାଉଛି । କରୋନା ସମୟରେ ପରୀକ୍ଷା ଦେଇଛନ୍ତି ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଶ୍ରୀଚୈତନ୍ୟ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ । ସ୍କୁଲକୁ ପିଲାଙ୍କୁ ଡାକି ପ୍ରଧାନଶିକ୍ଷକ ପରୀକ୍ଷା କରାଯାଉଥିବା ଜଣାପଡ଼ିବା ପରେ ଉତ୍ତେଜନା ଦେଖାଦେଇଥିଲା ।

ଏନେଇ ପ୍ରଧାନଶିକ୍ଷକ କହିଛନ୍ତି ଯେ, ପରୀକ୍ଷା କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ସ୍କୁଲକୁ ଚିଠି ଲେଖିଛନ୍ତି । ଦଶମ ପିଲାଙ୍କ ପୂର୍ବରୁ ହୋଇଥିବା ପ୍ରାକ୍ଟିସ୍ ପରୀକ୍ଷା ରିପୋର୍ଟ ଆସନ୍ତା ସୋମବାର ସୁଦ୍ଧା ପ୍ରଦାନ କରାଯିବ । ଏନେଇ ଗୋଟିଏ ବିଷୟ ପରୀକ୍ଷା ବାକି ରହିଯାଇଥିଲା । ଚାପ ପଡ଼ିବାରୁ ବାଧ୍ୟ ହୋଇ ପିଲାଙ୍କୁ ସ୍କୁଲକୁ ଡାକି କଟକଣା ଭାଙ୍ଗି ପରୀକ୍ଷା କରାଯାଇଛି । ତେବେ ପରୀକ୍ଷା ନେଇ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଇ ନୋଟିସ ଜାରି କରାଯାଇଥିବା ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.