fbpx

Whatsapp କୁ ଟକ୍କର ଦେବ Gmail ର ଏହି ନୂଆ ଫିଚର? ଆପ୍ ରେ ମିଳିବ ଏହି ସୁବିଧା

ହ୍ୱାଟ୍ସଆପ କୁ ଟକ୍କର ଦେବ ଜିମେଲ୍ ର ନୂଆ ଫିଚର । ଜିମେଲ୍ ଦ୍ୱାରା ଏବେ କଲ୍ ମଧ୍ୟ କରାଯାଇପାରିବ । ଗୁଗଲ ଏହି ସୁବିଧା ଆରମ୍ଭ କରିଛି । ଗୁଗଲର ଏହି ଫିଚର ବ୍ୟବହାର କରିବା ପାଇଁ ଆପଣଙ୍କ ଜିମେଲ ଆପ୍ ଲେଟେଷ୍ଟ ବା ଅପଡେଟ ଥିବା ଦରକାର । ଏବେ ଏହି ଫିଚର କେବଳ ଜିମେଲ ଆପ୍ ବ୍ୟବହାରକାରୀଙ୍କୁ ଦିଆଯାଉଛି ।

ଜିମେଲର ଏହି ଫିଚର ଅନ୍ୟ ମେସେଜିଙ୍ଗ ଭଳି । ଗୁଗଲର ବିବୃତ୍ତି ଅନୁଯାୟୀ ନୂତନ ଅପଡେଟ୍ ଦ୍ୱାରା ୟୁଜର୍ସ ଭିଡିଓ ଏବଂ ଅଡିଓ କଲ୍ କରିପାରିବେ । ୟୁଜର୍ସଙ୍କୁ ଅଡିଓ ଏବଂ ଭିଡିଓ କଲ ଅପ୍ସନ ଜିମେଲ୍ ଆପ୍ ର ଚ୍ୟାଟ୍ ଟ୍ୟାବ୍ ରେ ମିଳିବ । ୟୁଜର୍ସ ଚ୍ୟାଟ ଟ୍ୟାବ୍ ଅପ୍ସନକୁ କ୍ଲିକ୍ କରି ଚାହୁଥିବା ଲୋକଙ୍କ ସହ କଥା ହୋଇପାରିବେ । ତେବେ ଏବେ ଏଥିରେ ଗ୍ରୁପ କଲ ହୋଇପାରିବ ନାହିଁ ।  ଜିମେଲ ଦ୍ୱାରା କଲ କରିବା ବହୁତ ସହଜ । ଏଥିରେ ଆପଣଙ୍କୁ କିଛି ଦିଗ ଉପରେ ଧ୍ୟାନ ଦେବାକୁ ହେବ । ପ୍ରଥମେ ଆଇଓଏସ କିମ୍ବା ଆଣ୍ଡ୍ରଏଡ୍ ରେ ବ୍ୟବହାର କରୁଥିବା ଜିମେଲ ଆପ୍ ର ଲେଟେଷ୍ଟ ଭର୍ଜନ ହେବା ଦରକାର । ଏହାପରେ ଜିମେଲ ଖୋଲି ଚ୍ୟାଟ ଟ୍ୟାବ୍ ରେ କ୍ଲିକ କରିବାକୁ ହେବ ।

ରେଗୁଲାର ୟୁଜରଙ୍କୁ ଚ୍ୟାଟ୍ ଅପ୍ସନକୁ ଯାଇ ଏହାକୁ ଏନେବଲ କରିବାକୁ ପଡ଼ିବ । ଏଥିରେ କଲ୍ କରିବା ସାଧାରଣ କଲ୍ କରିବା ପରି ହୋଇଥାଏ । ଏହା ମଧ୍ୟ ହ୍ୱାଟ୍ସଆପ ପରି ଇଣ୍ଟରନେଟ୍ କଲ ଉପରେ ପର୍ଯ୍ୟବେସିତ ।

Get real time updates directly on you device, subscribe now.