fbpx

ହିନ୍ଦୁର ଛାତିକୁ ୩ଟି ଗୁଳି ମାରିଥିଲେ ହିନ୍ଦୁତ୍ୱବାଦୀ: ଜୟପୁର ରାଲିରେ ଗାନ୍ଧୀ ଓ ଗୋଡସେଙ୍କ ତୁଳନା କଲେ ରାହୁଲ

ନୂଆଦିଲ୍ଳୀ: ରାଜସ୍ଥାନର ଜୟପୁରରେ ଏକ ରାଲିରେ ମହାତ୍ମା ଗାନ୍ଧୀ ଓ ନାଥୁରାମ ଗୋଡସେ ମଧ୍ୟରେ ତୁଳନା କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଏହି ସଭାରେ ହିନ୍ଦୁ ଓ ହିନ୍ଦୁତ୍ୱବାଦ ମଧ୍ୟରେ ଫରକ ବୁଝାଇବାକୁ ପ୍ରୟାସ କରିଥିଲେ ରାହୁଲ ଗାନ୍ଧୀ । ରାହୁଲ କହିଥିଲେ ଗାନ୍ଧୀ ଜଣେ ବାସ୍ତବ ହିନ୍ଦୁ ଥିଲେ । ମାତ୍ର ଗୋଡସେ ହିନ୍ଦୁତ୍ୱବାଦରେ ବିଶ୍ୱାସ ରଖୁଥିଲେ । ସେଥିପାଇଁ ସେ ଜଣା ସଚ୍ଚା ହିନ୍ଦୁଙ୍କ ଛାତିକୁ ତିନି ଗୁଳି ମାରି ହତ୍ୟା କରିଥିଲେ । ଆପଣ ମାନେ ସମସ୍ତେ ହିନ୍ଦୁ ହୁଅନ୍ତୁ ମାତ୍ର ହିନ୍ଦୁତ୍ୱବାଦରେ ବିଶ୍ୱାସ କରନ୍ତୁ ନାହିଁ । ସତ୍ୟର ସନ୍ଧାନରେ ମହାତ୍ମା ଗାନ୍ଧୀ ନିଜର ସମଗ୍ର ଜୀବନ ଉତ୍ସର୍ଗ କରି ଦେଇଥିଲେ ମାତ୍ର ହିନ୍ଦୁତ୍ୱବାଦୀ ଗୋଡସେ ତାଙ୍କୁ ହତ୍ୟା କରିଥିଲେ ।

ହିନ୍ଦୁ ମାନେ ସତ୍ୟର ପଥ ଉପରେ ବିଶ୍ୱାସ କରନ୍ତି ଏପରିକି ନିଜର ଜୀବନ ଉତ୍ସର୍ଗ ପାଇଁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ମାତ୍ର ହିନ୍ଦୁତ୍ୱବାଦୀଙ୍କର ସେମିତି କିଛି ଲକ୍ଷ୍ୟ ନଥାଏ । ସେମାନଙ୍କୁ ସର୍ବଦା କ୍ଷମତାର ଲୋଭ ଲାଗି ରହିଥାଏ । ଭୟ କାରଣରୁ ସେମାନଙ୍କ ମଧ୍ୟରେ ଘୃଣା ଓ ଇର୍ଷା ଭର୍ତ୍ତି ହୋଇ ରହିଥାଏ ବୋଲି କହିଛନ୍ତି ରାହୁଲ । ୨୦୧୪ ପରଠାରୁ ହିନ୍ଦୁ ମାନେ କ୍ଷମତାରୁ ଦୂରରେ ରହିଥିବା ବେଳେ ହିନ୍ଦୁତ୍ୱବାଦୀ ମାନେ କ୍ଷମତାର ମଙ୍ଗ ଧରିଛନ୍ତି ବୋଲି ମୋଦୀ ସରକାରଙ୍କୁ କଟାକ୍ଷ କରି କହିଥିଲେ ରାହୁଲ ।

ଏହା ସହିତ ଦେଶରେ ଲାଗି ରହିଥିବା ଅର୍ଥନୈତିକ ସଙ୍କଟ, ମାନ୍ଦାବସ୍ଥା ଓ ଦରବୃଦ୍ଧିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ । ବର୍ତ୍ତମାନ ଦେଶର ଅବସ୍ଥା ଆପଣ ମାନେ ଦେଖୁଛନ୍ତି । ଦର ବୃଦ୍ଧିର ସବୁଠାରୁ ଅଧିକ ଶିକାର ଆପଣ ମାନେ ହିଁ ହେଉଛନ୍ତି ବୋଲି କହିଛନ୍ତି ରାହୁଲ । ବର୍ତ୍ତମାନ ପରସ୍ଥିତିରେ ଦେଶକୁ ନେତା ମାନେ ନୁହେଁ ବରଂ କିଛି ପୁଞ୍ଜିପତି ମାନେ ଚଳାଉଥିବା ନେଇ ରାହୁଲ ଅଭିଯୋଗ କରିଥିଲେ । ଏହା ସହିତ ତାମିଲନାଡୁରେ ପ୍ରାଣ ହରାଇଥିବା ଜେନେରାଲ ବିପିନ ସିଂ ରାୱତଙ୍କୁ ରାହୁଲ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।

Get real time updates directly on you device, subscribe now.