ବିଜେଡିରୁ ସସପେଣ୍ଡ ହେଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ: ଦଳବିରୋଧୀ କାର୍ଯ୍ୟ ପାଇଁ ସୁପ୍ରିମୋଙ୍କ ବଡ଼ ଆକ୍ସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡିରୁ ସସପେଣ୍ଡ ହୋଇଛନ୍ତି ଢେଙ୍କାନାଳ ଗଁଦିଆ ବ୍ଲକର ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ । ଦଳବିରୋଧୀ କାର୍ଯ୍ୟ କାରଣରୁ ଶ୍ରୀମତୀ ଖଟୁଆଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ଏନେଇ ଦଳ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ କରାଯାଇ ଏହା ତ୍ୱରିତ ଭାବେ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ରୀନାରାଣୀ ପଦ୍ମ ଧରିଥିଲେ । ରୀନାରାଣୀଙ୍କ ସହ ୩୦ ଜଣ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟ ପଦ୍ମ ଧରିଥିଲେ ।