ଯାଜପୁରରେ ଲଜ୍ଜା: ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକା ହେଲେ ଗଣଦୁଷ୍କର୍ମର ଶିକାର

ପୁଣି ରାଜ୍ୟରେ ଗଣଦୁଷ୍କର୍ମ ମାମଲା, ଜାଣନ୍ତୁ

ଯାଜପୁର: ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଛି। ୨ଜଣ ହକି ପ୍ରଶିକ୍ଷକଙ୍କ ସମେତ ୩ ଜଣଙ୍କ ନାଁରେ ନାବାଳିକାଙ୍କ ଅଭିଯୋଗ ହୋଇଛି।

ଏନେଇ ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି। କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ସୂଚନା ମୁତାବକ, ୨ଜଣ ହକି ପ୍ରଶିକ୍ଷକ ଅଟକ ରହିଛନ୍ତି। ଆଉ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି।