fbpx

ୱର୍ଲ୍ଡ ୱାଇଡ୍ ଧମାଲ୍ କଲା ଗଙ୍ଗୁବାଇ କାଠିଆୱାଡ୍, ୧୦୦ କୋଟି କ୍ଲବରେ ସାମିଲ ହେଲା ଆଲିଆଙ୍କ ଫିଲ୍ମ

ନୂଆଦିଲ୍ଲୀ: ଆଲିଆ ଭଟ୍ଟଙ୍କ ଫିଲ୍ମ ଗଙ୍ଗୁବାଇ କାଠିଆୱାଡ୍ ରିଲିଜ୍ ହେବାର ଏକ ସପ୍ତାହ ବିତିଗଲାଣି । ସଂଜୟ ଲୀଳା ଭଂସାଲୀଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମ ୱର୍ଲ୍ଡ ୱାଇଡ୍ ଧମାଲ କରୁଛି । ବକ୍ସ ଅଫିସ୍ ରେ ଫିଲ୍ମଟି ୧୦୮ କୋଟି ଟଙ୍କା କଲେକ୍ସନ୍ କରିସାରିଲାଣି । ବର୍ତ୍ତମାନ ବିଶ୍ୱ ବ୍ୟାପୀ ଏବେ ଆଲିଆଙ୍କ ଅଭିନୟର ପ୍ରଂଶସା କରାଯାଉଛି ।

ବକ୍ସ ଅଫିସ୍ ରେ ପ୍ରଥମ ଦିନରେ ହିଁ ଫିଲ୍ମଟି ଭଲ ପ୍ରଦର୍ଶନ କରିଥିଲା । ସାମନାରେ ଅନେକ ବଡ଼ ବଡ଼ ଫିଲ୍ମ ଥାଇ ମଧ୍ୟ ଫିଲ୍ମଟି ଭଲ କଲେକ୍ସନ୍ କରିଥିଲା । ଅଷ୍ଟମ୍ ଦିନରେ ବି ଗଙ୍ଗୁବାଇ କାଠିଆୱାଡ୍ ୪.୫୦ କୋଟି ଟଙ୍କା କଲେକ୍ସନ୍ କରିଛି । ତେବେ ଆଗକୁ ଆଲିଆ ଫିଲ୍ମ ସାମନାରେ ଚ୍ୟାଲେଞ୍ଜ ହୋଇ ଠିଆ ହେବାକୁ ଯାଉଛି ପ୍ରଭାସଙ୍କର ଫିଲ୍ମ ରାଧେ ଶ୍ୟାମ୍ । ଯାହାର ଟ୍ରେଲର୍ ଦମଦାର୍ ହୋଇଛି । ଆସନ୍ତା ସପ୍ତାହରେ ହିଁ ରାଧେ ଶ୍ୟାମ ରିଲିଜ୍ ହେବ ।

ଏହାପରେ ବଲିଉଡ୍ ର ଖିଲାଡି ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବଚ୍ଚନ ପାଣ୍ଡେ ମଧ୍ୟ ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଯାଇଛି । ତେଣୁ ଆଗାମୀ ଦିନରେ ଆଲିୟାଙ୍କ ଫିଲ୍ମ ପାଇଁ ମୁସ୍କିଲ୍ ସାବ୍ୟସ୍ତ ହୋଇପାରେ । ସୂଚନାଯୋଗ୍ୟ, ଆଲିଆଙ୍କ ଫିଲ୍ମ “ଗଙ୍ଗୁବାଇ କାଠିଆୱାଡ୍” ହୁର୍ସେନ ଜୈଦ୍ ଙ୍କ ବହି “ମାଫିଆ କୁଇନ୍ସ ଅଫ୍ ମୁମ୍ବାଇ” ଉପରେ ଆଧାରିତ ।

Get real time updates directly on you device, subscribe now.