fbpx

(video)ତିହାର ଜେଲ୍‌ରେ ଛୁରାମାଡ, କେଜ୍ରିୱାଲଙ୍କ ଜୀବନ ବିପଦରେ;ଆପ୍‌ର ବରିଷ୍ଠ ନେତା ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଗୁରୁବାର ତିହାର ଜେଲ୍‌ରେ ଗ୍ୟାଙ୍ଗୱାର ଘଟଣା ସାମ୍ନାକୁ ଆସିବା ପରେ କହିଛନ୍ତି କି ଜେଲ୍‌ରେ ହତ୍ୟା ବି ହୋଇସାରିଛି । ପୂର୍ବରୁ ବି ତିହାର ଜେଲ୍‌ରେ ଏପରି ବହୁ ଘଟଣା ସାମ୍ନାକୁ ଆସିଛି । ଆମେ ଯେତେବେଳେ କହୁଛୁ କି ଅରବିନ୍ଦ କେଜ୍ରିୱାଲଙ୍କ ଜୀବନ ପ୍ରତି ବିପଦ ରହିଛି ସେତେବେଳେ କେହି ଆମ କଥାକୁ କର୍ଣ୍ଣପାତ କରୁନାହାନ୍ତି । ଏମାନେ ବହୁତ ଧୂର୍ତ୍ତ ଓ ଭୟାନକ ଚରିତ୍ରର ବ୍ୟକ୍ତି । ସୁଯୋଗ ମିଳିଲେ ଏମାନେ ଏପରି ଘଟଣା ଭିଆଇ ପାରନ୍ତି ।

ଗୁରୁବାର ତିହାର ଜେଲ୍‌ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ଓ ୪ ଅପରାଧୀ ଆହତ ହେବା ପରେ ସଞ୍ଜୟ ସିଂହ କେଜ୍ରିୱାଲଙ୍କ ସୁରକ୍ଷାକୁ ନେଇ ଏପରି ବୟାନ ରଖିଛନ୍ତି । ସେ କହିଛନ୍ତି ଗତ ୧୦ ବର୍ଷ ଭିତରେ ଭାରତର ଗଣତନ୍ତ୍ରକୁ ନଷ୍ଟ କରିଦେବାକୁ ଚେଷ୍ଟା କରାଯାଉଛି । ଗଣତନ୍ତ୍ରକୁ ନଷ୍ଟ କରିବା ଲାଗି କିପରି ଅପରେସନ ଲୋଟସ୍ ଚାଲୁଛି ତାହା ପୁରା ଦେଶବାସୀ ଦେଖୁଛନ୍ତି । ସୁରଟରେ ଯାହା ଘଟିଲା ତାହା ସମସ୍ତେ ଦେଖିଲେ । ପୁରା ଦେଶରେ ବିଜେପି ନିର୍ବାଚନ ପ୍ରକ୍ରିୟାକୁ ଉଠାଇ ଦେବାକୁ ଚାହୁଁଛି । ସୁରଟରେ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନପତ୍ର୍ର ନାକଚ କରିଦିଆଗଲା । ମୁଁ ଦେଶର ଜନତାଙ୍କୁ କହିବାକୁ ଚାହୁଁଛି କି ଏହା ଆପଣମାନଙ୍କର ଶେଷ ନିର୍ବାଚନ । ଲୋକସଭା ନିର୍ବାଚନ ପରେ ଖାଲି ଲୋକ ଦେଖାଣିଆ ସମ୍ବିଧାନ ଗଢାହେବ ଯାହା ନାଗପୁର ଆରଏସଏସ୍‌ର ସମ୍ବିଧାନ ହେବ ।

Get real time updates directly on you device, subscribe now.