fbpx

ସନ୍ଦେଶଖାଲି ମାମଲାରେ ପ୍ରଥମ FIR ଜାରି କଲା ସିବିଆଇ, ଚିହ୍ନଟ ହେଲେ ୫ ଅଭିଯୁକ୍ତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ସିବିଆଇ ୫ଜଣ ଲୋକଙ୍କ ବିରୋଧରେ ଜମି ଦଖଲ ଏବଂ ଯୌନ ଉତ୍ପୀଡ଼ନ ଅଭିଯୋଗରେ ପ୍ରଥମ ମାମଲା ରୁଜୁ କରିଛି । ଅଧିକାରୀମାନେ ଗୁରୁବାର ଦିନ କହିଛନ୍ତି ଯେ, ଏହି ମାମଲା ଜମି ଦଖଲ ମାମଲା, ଯେଉଁଠାରେ ମହିଳାମାନେ ଏହି ଲୋକମାନଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ ।

ସିବିଆଇ ଏହି ମାମଲାରେ ଏପର୍ଯ୍ୟନ୍ତ ଅଭିଯୁକ୍ତ ଏବଂ ଅଭିଯୋଗକାରୀଙ୍କ ପରିଚୟ ପ୍ରକାଶ କରିନାହିଁ । କୋଲକାତା ହାଇକୋର୍ଟ ୧୦ ଏପ୍ରିଲରେ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ମହିଳାମାନଙ୍କର ଅପରାଧ ଏବଂ ଜମି ଦଖଲ କରିବାର ଅଭିଯୋଗର ମାମଲାରେ ଶୁଣାଣି କରି ସିବିଆଇ ତଦନ୍ତର ଆଦେଶ ଦେଇଥିଲେ ଏବଂ କହିଥିଲେ ଯେ, ନ୍ୟାୟ ହିତରେ ‘ଯଥାର୍ଥ ଅନୁସନ୍ଧାନ’ ଆବଶ୍ୟକ ବୋଲି କହିଥିଲେ ।

ସିବିଆଇ ଏହି ମାମଲାରେ ଅଭିଯୋଗ କରିବା ଲାଗି ଲୋକଙ୍କ ପାଇଁ ଏକ ଇମେଲ ଆଇଡି ଜାରି କରିଥିଲେ, ଯେଉଁଥିରେ ବହୁ ସଂଖ୍ୟାରେ ଅଭିଯୋଗ ପ୍ରାପ୍ତ ହୋଇଥିଲା । ଏଜେନ୍ସି ଅଭିଯୁକ୍ତଙ୍କ ଅନୁସନ୍ଧାନ ଏବଂ ମାମଲା ରୁଜୁ କରିବା ଲାଗି ସନ୍ଦଶଖାଲିକୁ ଟିମ ପଠାଇଥିଲେ । ଯେଉଁଥିରେ ଅପରାଧୀମାନଙ୍କର ଅନୁସନ୍ଧାନ କରାଯାଇପାରିବ । ବର୍ତମାନ ସିବିଆଇ ଏହି ମାମଲାର ପ୍ରଥମ ଏଫଆଇଆର ରୁଜୁ କରିଛି ।

Get real time updates directly on you device, subscribe now.