fbpx

ସାଂସଦଙ୍କ ଘର ପାଖରେ ପଡ଼ିଲା ଡ୍ରୋନ୍‌, ସନ୍ଦିଗ୍ଧ ଡ୍ରୋନକୁ ନେଇ ଚାଲିଛି ତଦନ୍ତ

ଓଡ଼ିଶା ଭାସ୍କର: ସାଂସଦଙ୍କ ଘର ପାଖରେ ପଡ଼ିଲା ଡ୍ରୋନ୍ । ନିର୍ବାଚନ ସମୟରେ ଯେତେବେଳେ ସମସ୍ତ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ସେତେବେଳେ ଏପରି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବେଲପାହାଡ଼ ଗାନ୍ଧୀ ଛକ ଆମ୍ବଝର ନିକଟ ଥିବା ସାଂସଦ ସୁରେଶ ପୂଜାରୀଙ୍କ ଭଡ଼ା ଘର ପରିସରରେ ଖସି ପଡ଼ିଲା ଡ୍ରୋନ୍ । ଏ ସମ୍ପର୍କରେ ଏସପିଙ୍କୁ ଜଣାଇବା ପରେ ବେଲପାହାଡ଼ ପୋଲିସ ପହଞ୍ଚି ଅଧିକ ଛାନ୍‌ଭିନ୍ ଜାରି ରଖିଛି ।

ଡ୍ରୋନକୁ ନେଇ ସନ୍ଦେହ ପ୍ରକାଶ କରାଯାଉଛି । ତେବେ ଏହି ସନ୍ଦିଗ୍ଧ ଡ୍ରୋନକ କାହାର ଏବଂ କେଉଁ ଉଦ୍ଦେଶ୍ୟରେ ଏହାକୁ ଅପରେଟ୍ କରାଯାଉଥିଲା ସବୁକିଛି ସନ୍ଦେହ ଘେରରେ । ଲୋକସଭା ନିର୍ବାଚନ ସମୟରେ ଏପରି ଘଟଣା ସାଂସଦଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.